ଟଙ୍କା ଫେରସ୍ତ ପାଇବେ ସବୁ ଚିଟ୍‌ଫଣ୍ଡ ଜମାକାରୀ: ମନମୋହନ

add-all

ଭୁବନେଶ୍ଵର: କ୍ଷୁଦ୍ର ଚିଟ୍‌ଫଣ୍ଡ୍ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଅର୍ଥ ବିଭାଗର ବିଜ୍ଞପ୍ତି ପ୍ରସଙ୍ଗ। ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି ସରକାର ଗୋଟିଏ ପରେ ଗୋଟିଏ ନିର୍ବାଚନ ପ୍ରତିଶ୍ରୁତି ପାଳନ କରୁଛନ୍ତି । ଲକ୍ଷାଧିକ ଚିଟ୍‌ଫଣ୍ଡ୍ ଜମାକାରୀ ଟଙ୍କା ପାଇ ସାରିଲେଣି। ବର୍ତ୍ତମାନ୍ ସରକାର ଆଉ ୫ ଲକ୍ଷ ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି। ପର୍ଯ୍ୟାୟକ୍ରମେ ଅନ୍ୟ ଜମାକାରୀଙ୍କୁ ମଧ୍ୟ ଟଙ୍କା ଫେରାଯିବ। ବଡ଼ ଜମାକାରୀ ମଧ୍ୟ ଟଙ୍କା ଫେରିପାଇବେ।

ସେପଟେ ଏହି ପ୍ରସଙ୍ଗରେ ସମବାୟ ମନ୍ତ୍ରୀ କହିଛନ୍ତି ସରକାର ଚିଟ୍‌ଫଣ୍ଡ ପଇସା ଫେରାଇବାକୁ ମନସ୍ଥ କରିଛନ୍ତି। ବିଜେଡି ସରକାର ସମୟରେ ଚିଟ୍‌ଫଣ୍ଡ ଦୁର୍ନୀତି ହୋଇଥିଲା। ସିବିଆଇ ତଦନ୍ତ ହେଲା, ହେଲେ ଟଙ୍କା ଫେରାଇଲେ ନାହିଁ। ଏବେ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି।

ad-week
Leave A Reply

Your email address will not be published.