କୁନି କୁସ୍ତି ଖେଳାଳିଙ୍କୁ ଅଣଦେଖା : ଟିକଟ୍ କନଫର୍ମ ନ ଥିବାରୁ ପାଇଖାନା ପାଖରେ ବସି ରେଳ ଯାତ୍ରା

add-all

ଭୁବନେଶ୍ଵର: ରାଜ୍ୟ କୁସ୍ତି ଖେଳାଳିଙ୍କୁ ଅଣଦେଖାର ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଟ୍ରେନ୍‌ ବଗି ପାଇଖାନା ପାଖରେ ବସି ଶୀତରେ ଥରି ଥରି ୟୁପିରୁ ଆସୁଥିବା ଦେଖିବାକୁ ମିଳିଛି। ଜାତୀୟସ୍ତରୀୟ ସ୍କୁଲ୍‌ କୁସ୍ତିରେ ଭାଗ ନେବାକୁ କର୍ତ୍ତୃପକ୍ଷ ଏପରି କରିଛନ୍ତି। ମାସକ ପୂର୍ବରୁ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିଲା ମାତ୍ର ଟ୍ରେନ୍ ଟିକଟ୍ ହୋଇନଥିଲା। ଶିକ୍ଷକ ଭାନୁ ରଣାଙ୍କ ନାଁ ନେଇ ଅନ୍ୟ ଶିକ୍ଷକମାନେ ଅଭିଯୋଗ କରିଛନ୍ତି। ସ୍କୁଲ ଓ ଗଣ ଶିକ୍ଷା ବିଭାଗ କିପରି ଏହା ଜାଣି ପାରିଲାନି ତାକୁ ନେଇ ପ୍ରଶ୍ନ ଉଠିଛି। ତେବେ ୧୦ ପୁଅ ଓ ୮ ଝିଅ ଗଶଶିକ୍ଷା ବିଭାଗ ବ୍ୟାନରରେ ଯାଇଥିଲେ। ଜଣେ ଅଭିଭାବକ ଏବଂ ପିଲାମାନେ ନିଜ ଯିବା ଆସିବାର କାହାଣୀ କହିଛନ୍ତି । ଟ୍ରେନ୍‌ ଟିକଟ୍ କନଫର୍ମ ନ ଥାଇ କିପରି ଭାବେ ନିଆଗଲା ତାକୁ ନେଇ ପ୍ରଶ୍ନ ଉଠୁଛି।

ad-week
Leave A Reply

Your email address will not be published.