ନୂଆବର୍ଷରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା, କେବଳ ସିଂହଦ୍ଵାର ଦେଇ ପ୍ରବେଶ

youtube

ପୁରୀ : ଦିନକ ପରେ ବଡ଼ ଦିନ ।  ଖ୍ରୀଷ୍ଟମାସ ଏବଂ ନୂଆ ବର୍ଷରେ ଶ୍ରୀ ମନ୍ଦିରରେ ଲାଗିବ ଭକ୍ତଙ୍କ ଭିଡ଼ । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଉଛି ସ୍ୱତନ୍ତ୍ର ବ୍ୟବସ୍ଥା ।  ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଭିଡ ନିୟନ୍ତ୍ରଣ ପାଇଁ କେବଳ ଶ୍ରୀମନ୍ଦିର ସିଂହ ଦ୍ଵାରରେ ଦେଇ ମନ୍ଦିରକୁ ପ୍ରବେଶ କରିବେ ଭକ୍ତ । ଅନ୍ୟ ତିନି ଦ୍ଵାରରେ ପ୍ରସ୍ଥାନ କରିବେ ।  ପ୍ରବଳ ଭକ୍ତଙ୍କ ସମାଗମ ପାଇଁ ନୀତି କାନ୍ତିକୁ ମଧ୍ୟ ତ୍ୱରାନ୍ୱିତ କରିବାକୁ ମନ୍ଦିର ପ୍ରଶାସନ ସେବାୟତଙ୍କ ସହ ଆଲୋଚନା କରିଛି ।  ମାର୍କେଟ ଛକ ନିକଟରୁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବାରିଗେଟ ବ୍ୟବସ୍ଥା କରାଯାଇଛି ।

ଭକ୍ତ ମାନେ ମାର୍କେଟ ଛକ ଠାରୁ ବ୍ୟାରିଗେଟ ଦେଇ ସିଂହ ଦ୍ଵାରରେ ପ୍ରବେଶ କରି ଅନ୍ୟ ୩ ଦ୍ଵାରରେ ପ୍ରସ୍ଥାନ କରିବେ ।  ଏଥିପାଇଁ ମାର୍କେଟ ଛକ ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ସ୍ୱତନ୍ତ୍ର ବ୍ୟାରିଗେଟ ପ୍ରସ୍ତୁତ କରାଯାଇଛି ।  ଶ୍ରୀ ମନ୍ଦିର ସମେତ ବଡ଼ ଦାଣ୍ଡ, ସମୁଦ୍ର କୂଳ ଏବଂ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।  ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ସୁ ପରିଚାଳନା ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା ।

Leave A Reply

Your email address will not be published.