ନିର୍ଦ୍ଧିଷ୍ଟ ସମୟ ସୁଦ୍ଧା ସାରିବାକୁ ହେବ ଜିରୋନାଇଟ୍‌ ଉତ୍ସବ : କମିଶନର

add-all

ଭୁବନେଶ୍ବର: ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ପାଇଁ ଦ୍ଵେତନଗର ଭୁବନେଶ୍ଵର ଏବଂ କଟକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏହି ଦୁଇଟି ଦିନ ପାଇଁ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଉଭୟ ସହରରେ ଅଧିକ ୧୫ ପ୍ଲାଟୁନ ଫୋର୍ସ ନିୟୋଜିତ କରାଯିବ ବୋଲି କମିଶନର ଏସ. ଦେବଦତ୍ତ ସିଂହ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପୁଲିସ ସାଦା ପୋଷାକରେ ମୁତୟନ ରହି ସମସ୍ତଙ୍କ ଉପରେ ନଜର ରଖିବେ ବୋଲି କମିଶନର କହିଛନ୍ତି।

ନୂଆବର୍ଷ ଆସୁଥିବାରୁ ଜିରୋନାଇଟ୍‌ ଉତ୍ସବ ପାଳନ ପାଇଁ ସହରର ବିଭିନ୍ନ କ୍ଲବ, ବାର୍‌ ଏବଂ ହୋଟେଲରେ ବ୍ୟାପକ ଆୟୋଜନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ସହରର ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ଵ ଦେଇଛି ପୁଲିସ।

ad-week
Leave A Reply

Your email address will not be published.