ସ୍କୁଲ ଆଗରୁ ଡଙ୍ଗରିଆ କନ୍ଧ ମହିଳାଙ୍କ ମୃତଦେହ ଜବତ

add-all

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତ ପଡ଼େଇକାନୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରୁ ମଙ୍ଗଳବାର ଜଣେ ଡଙ୍ଗରିଆ କନ୍ଧ ମହିଳାଙ୍କ ମୃତଦେହ ଜବତ କରିଛି ପୁଲିସ। ପୁଲିସ କହିବା ଅନୁଯାୟୀ, କିଛି ଲୋକ ସକାଳେ ଶୌଚ ପାଇଁ  ଯାଉଥିବା ସମୟରେ ରାସ୍ତା କଡରେ ମହିଳା ମୁହଁ ମାଡି ପଡ଼ିଥିବା ଦେଖି ସ୍ଥାନୀୟ ସରପଞ୍ଚଙ୍କୁ ଖବର କରିଥିଲେ। ସରପଞ୍ଚ ପରବର୍ତ୍ତୀ ସମୟରେ ଥାନା ଆଇଆଇସି ନୀଳକଣ୍ଠ ବେହେରାଙ୍କୁ ଜଣାଇଥିଲେ। ଉକ୍ତ ଖବର ପାଇ ଥାନା ଅଧିକାରୀ, ଏସଆଇ ଓ ଡାକ୍ତର ଆଶିଷ ମେହେର ଘଟଣାସ୍ଥଳରେ ପହଞ୍ଚି  ଡ଼ଙ୍ଗରିଆ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦେଖି ମୃତ ଘୋଷଣା କରିଥିଲେ। ଖବରପାଇ ପରିବାର ଲୋକେ କଲ୍ୟାଣସିଂହପୁର ଥାନାକୁ ଆସି ଏକ ଲିଖିତ ଅଭିଯୋଗ ଦେଇଥିଲେ। ମୃତା ମହିଳା ହେଲେ ମୁନିଗୁଡା ବ୍ଲକ ଆମ୍ବଧନୀ ଗାଁର ଫୁଲମେ ଶିକକା(୫୦)।

ସୂଚନା ଅନୁସାରେ, ଫୁଲମେ ଶିକକା ତାଙ୍କ ସ୍ୱାମୀ ତେଲି ଶିକକାଙ୍କ ସହିତ କଲ୍ୟାଣସିଂହପୁରକୁ ଏକ ବ୍ୟାଙ୍କ କାର୍ଯ୍ୟରେ ସୋମବାର ଆସିଥିଲେ। ସ୍ବାମୀ ବ୍ୟାଙ୍କ ଭିତରକୁ ଯାଇଥିବାବେଳେ ଫୁଲମେ ବାହାରେ ରହିଥିଲେ। ସ୍ବାମୀ ବ୍ୟାଙ୍କରୁ ବାହାରି ଆସି ଦେଖିବା ବେଳକୁ ସ୍ତ୍ରୀ ଫୁଲମେ କେଉଁ ଆଡ଼େ ଚାଲିଯାଇଥିଲେ। ଖୋଜାଖୋଜି କରି ସ୍ତ୍ରୀ ଫୁଲମେକୁ ନ ପାଇ ନିଜ ଗ୍ରାମକୁ ଚାଲି ଯାଇଥିଲେ। ମଙ୍ଗଳବାର ଫୁଲମେଙ୍କ ମୃତ୍ୟୁ ଖବର ପାଇ ସେ ଆସିଥିଲେ। ମୃତଦେହ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଥିବା ଏସଆଇ ହେମନ୍ତ କୁମାର ବରିଆ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.