ମହୁମାଛି ଆକ୍ରମଣ ଭୟରେ ପାଣିରେ ବୁଡ଼ି ରହିଲେ; ଚାଲିଗଲା ଯୁବକଙ୍କ ଜୀବନ

ସମ୍ବଲପୁର: ସମ୍ବଲପୁର ଜିଲା ମହୁଲପାଲି ଥାନା ବ୍ରାହ୍ମଣଡିହି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମହୁମାଛି ଭୟରେ ଜଣେ ଯୁବକ ପୋଖରୀରେ ବୁଡ଼ି ରହିବାରୁ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁସାରେ, ବ୍ରାହ୍ମଣଡିହି ଗ୍ରାମରେ ଏକ ପୋଖରୀରେ କିଛି ଯୁବକ ମାଛ ଧରୁଥିଲେ। ଏହି ସମୟରେ ମହୁମାଛି ସେମାନଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରୁ ଜୀବନ ବଞ୍ଚାଇବା ଲାଗି ଜଣେ ଯୁବକ ପାଣିରେ ବୁଡ଼ି ରହିଥିଲେ। ଅନ୍ୟମାନେ ସେଠାରୁ ଦୌଡ଼ି ପଳାଇଥିଲେ। ଦୀର୍ଘ ସମୟ ପରେ ଯୁବକ ଜଣକ ପୋଖରୀରୁ ନ ଆସିବାରୁ ଗ୍ରାମବାସୀ ଖୋଜାଖୋଜି କରିଥିଲେ। ହେଲେ ପୋଖରୀରୁ ଯୁବକଙ୍କ ମୃତଦେହ ମିଳିଥିଲା।

ad-week
Leave A Reply

Your email address will not be published.