ଭିଜିଲାନ୍ସ ଜାଲରେ କୋଟିପତି ଫରେଷ୍ଟର ନିରଞ୍ଜନ ଶତପଥୀ

add-all

ଭୁବନେଶ୍ୱର: ଭିଜିଲାନ୍ସ ହାତରେ କୋଟିପତି ଫରେଷ୍ଟର ନିରଞ୍ଜନ ଶତପଥୀ। କୋରାପୁଟର ବନ ବିଭାଗ ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ଦ୍ୱାରା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାଧିକ ଠିକଣାରେ ଚଢାଉ କରିଛି ଭିଜିଲାନ୍ସ ଟିମ୍‌। ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଅନୁମତି ପରେ ଭିଜିଲାନ୍ସ ଟିମ୍‌ ଚଢାଉ କରିଛି।

ଏଥିରେ ୬ଜଣ ଡିଏସପି, ୭ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ତଲାସ କରାଯାଉଛି । ଜଗତସିଂହପୁର ଏବଂ କୋରାପୁଟ ଜିଲା ୫ଟି ସ୍ଥାନରେ ଚଢାଉ ହୋଇଛି । ଝାରପଡା ସ୍ଥିତି ଦୁଇଟି ବାସଭବନ, ଜଗତସିଂହପୁର ମୁକୁନ୍ଦପୁର ତାଙ୍କ ପୈତୃକ ଘର, କୋରାପୁଟ ଅନ୍ତର୍ଗତ ସେମିଲୁଗୁଡାରେ ତାଙ୍କର ସରକାରୀ କ୍ୱାର୍ଟର, କାର୍ଯ୍ୟାଳୟରେ ଚଢାଉ ଜାରି ରହିଛି । ଚଢାଉ ବେଳେ ଭୁବନେଶ୍ୱର ସ୍ଥିତ ବାସଭବନରେ ବିପୁଳ ସୁନା ଗହାଣା, ନଗଦ ଟଙ୍କା ଜବତ ହୋଇଛି ।

ad-week
Leave A Reply

Your email address will not be published.