ଓଡ଼ଗାଁ ମେଡ଼ିକାଲକୁ ମିଳିଲା ନୂତନ ଆମ୍ବୁଲାନ୍ସ

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିବା ନୂତନ ଆମ୍ବୁଲାନ୍ସ କୁ ଡାକ୍ତରଖାନା ପରିସରରେ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ା ନିଲାଞ୍ଜନ ଦାସ ନଡ଼ିଆ ବାଡେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ର ସୂଚନା ଦେଇଥିଲେ ।ଡାକ୍ତର ପ୍ରଣତି ମଞ୍ଜରୀ ଶର୍ମା, ଫାର୍ମାସିଷ୍ଟ ଓ ଅନ୍ୟ କର୍ମଚାରୀ ସହିତ ଆମ୍ବୁଲାନ୍ସ କର୍ମଚାରୀ ମାନେ ଉପସ୍ଥିତ ରହି ଆମ୍ବୁଲାନ୍ସ ସେବାକାର୍ଯ୍ୟ ଆରମ୍ଭ କରିଥିଲେ।ସୂଚନା ଅନୁଯାୟୀ ଦୀର୍ଘ ଅଢେଇ ମାସରୁ ଉର୍ଦ୍ଧ୍ବ ସମୟ ଧରି ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆମ୍ବୁଲାନ୍ସ ସେବା ଉପଲବ୍ଧ ନଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ।ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଗୋଟିଏ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି ।

ad-week
Leave A Reply

Your email address will not be published.