ଚିକିଟୀରେ ବିଜୁ ଜନତା ଦଳର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ

youtube

ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ଚିକିଟୀ ପେଣ୍ଠ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଶୁକ୍ରବାର ଦିନ ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଚିନ୍ମୟାନନ୍ଦ ଶ୍ରିରୁପ୍ ଦେଓଙ୍କ ସଭାପତିତ୍ବରେ ବିଜୁ ଜନତା ଦଳର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ, ଏନ ଏ ସି ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ, ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଆପନ୍ନା ସେଠୀ, ବରିଷ୍ଟ ବିଜେଡି ନେତା ବାପୁଜୀ ବିଷୋୟୀ, ଚିକିଟୀ ବ୍ଲକ୍ ବିଜେଡି ସଭାପତି ହାରମ୍ଭ ରେଡ୍ଡୀ ଓ ପାତ୍ରପୁର ବ୍ଳକ ସଭାପତି ରାମନାଥ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ସର୍ବପ୍ରଥମେ ଓଡ଼ିଶାର ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ପରେ ପରେ ପାତ୍ରପୁର ପଞ୍ଚାୟତର ସରପଞ୍ଚ ଙ୍କ ପିତାଙ୍କ ଦେହାନ୍ତ ହୋଇଥିବା ବେଳେ ତାଙ୍କ ଆତ୍ମାର ଶାନ୍ତି ଉଦ୍ଦେଶ୍ୟରେ ଦୁଇ ମିନିଟ୍ ସମସ୍ତେ ନିରବ ପ୍ରାର୍ଥନା କରିଥିଲେ।

ଏହି ଅବସରରେ ବର୍ତ୍ତମାନ ସରକାରରେ ଚିକିଟୀ ଅଞ୍ଚଳରେ ବିକାଶ ତ ଦୂରର କଥା ବରଂ ସାଧାରଣ ଜନତାଙ୍କ ସମସ୍ୟା ଅଧିକରୁ ଅଧିକ ହେବାରେ ଲାଗିବା ସହିତ ସରକାରୀ ସହାୟତାରୁ ବଞ୍ଚିତ ହେଉଛନ୍ତି ଏବଂ ତାହା ସହିତ ଅଞ୍ଚଳରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟ ବଢ଼ି ବଢ଼ି ଯାଉଥିବା ଅତ୍ୟନ୍ତ ଦୁଃଖର ବିଷୟ ପାଲଟିଛି ବୋଲି ଶ୍ରୀମତୀ ଉଷା ଦେବୀ ନିଜ ବକ୍ତବ୍ୟ ରଖିଥିଲେ। ଅଞ୍ଚଳରେ ବିଧାୟକଙ୍କ ଅପାରଗତା ଓ ରାଜ୍ୟ ସରକାରଙ୍କ ବିଫଳତା ବିଷୟରେ କଡାସମାଲୋଚନା କରିବା ସହିତ ପୂର୍ବ ସରକାରରେ ଓଡ଼ିଶା ଯେପରି ଉନ୍ନତି ଦିଗରେ ଯାଉଥିଲା ବର୍ତ୍ତମାନ ସରକାରରେ ତାହା ତଳକୁ ଖସି ଦୁର୍ନୀତି ଦିଗରେ ଆଗେଇଛି ବୋଲି ଶ୍ରିରୂପ ଦେଓ ନିଜ ବକ୍ତବ୍ୟ ରଖିଥିଲେ। ପରେ ପରେ ମଞ୍ଚାସୀନ ଥିବା ସମସ୍ତ ବ୍ୟକ୍ତିଙ୍କ ସହ ପୂର୍ବତନ ପ୍ରଶାସକ ଉଦୟନାଥ ପ୍ରଧାନ,୩୪ ନମ୍ୱର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ଯୋଶଦା ଶବର, ଆର ସୁବାଣୀ ନାଇଡୁ ରାଜୁ ରେଡ୍ଡୀ ଓ ଗିରିସୋଲା ୱାର୍ଡ଼ ମେମ୍ୱର ଏମ ଏସ ସୁବରାଜୁ ସମସ୍ତେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଫଳତାକୁ କହି ବିଜୁ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣୀତ ହେବା ସହ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ପୁଣି ଥରେ ଟାଣ କରିବା ଲାଗି ନିଜ ନିଜର ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବରିଷ୍ଟ ସଂଘଠକ ଶ୍ରୀଯୁକ୍ତ ସୁରେନ୍ଦ୍ର ମଣ୍ଡଳ ସୂଚାରୁ ରୂପେ ପରିଚାଳନା କରିଥିବା ବେଳେ ଏନ ଏ ସି ସଭାପତି ପ୍ରଶାନ୍ତ କୁମାର ସାହୁ, ରଘୁନନ୍ଦନ ସାହୁ, ସଚ୍ଚିଦାନନ୍ଦ ପାତ୍ର, ଧର୍ମା ସାହୁ, ଜି. ଉମା ରେଡ୍ଡୀ, କିଶୋର ପଣ୍ଡା ଏବଂ କାଉନସିଲର, ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କ ସହ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ରହି କାର୍ଯ୍ୟକର୍ମକୁ ସଫଳ ରୂପାୟନ କରିଥିଲେ।

Leave A Reply

Your email address will not be published.