ଜଳିଗଲା ପରିବା ଦୋକାନ, ଦୋକାନୀ ଜୀବନ୍ତ ଦଗ୍ଧ

add-all

କେନ୍ଦ୍ରାପଡ଼ା: ପରିବା ଦୋକାନରେ ନିଆଁ, ଦୋକାନୀ ଜୀବନ୍ତଦଗ୍ଧ। କୁଦାନଗରୀ ଥାନା କଳାବୁଦା ବାରୁଣୀ ବଜାରରେ ଅଘଟଣ। ବାହାର କବାଟ ଦେଇ କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ଅଭିଯୋଗ। ମୃତକ ଗୋଗିନ୍ଦପୁର ଗାଁର ଜଣାପଡିଛି। ସାଇଣ୍ଟିଫିକ୍ ଟିମ୍‌କୁ ନେଇ ପୋଲିସର ତଦନ୍ତ ଆରମ୍ଭ କରିଛିମ।

ମୃତ ବ୍ୟକ୍ତି ହେଲେ ସୁବାସ ମଲ୍ଲିକ, ଯାହାଙ୍କ ଘର କୁଦାନଗରୀ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ବୋଲି ସୂଚନା ମିଳିଛି। ଏହି ଘଟଣା ଅଞ୍ଚଳରେ ଭୟ ଓ ଚଞ୍ଚଳତା ସୃଷ୍ଟି କରିଛି। ସୂଚନା ଅନୁସାରେ, ଦୋକାନ ଭିତରେ ଅଗ୍ନିକାଣ୍ଡ ଘଟିଥିବା ଭଳି ଦୃଶ୍ୟ ଦେଖାଯାଉଥିଲେ ମଧ୍ୟ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ତେବେ ମୃତ ସୁବାସ ମଲ୍ଲିକଙ୍କ ପରିବାର ଲୋକେ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। ସେମାନଙ୍କ ମତରେ, ଯୋଜନାବଦ୍ଧ ଭାବେ ଦୋକାନ ଭିତରେ ହତ୍ୟା କରି ପରେ ପୋଡ଼ାଯାଇଥିବା ସନ୍ଦେହ ରହିଛି।

ଘଟଣାକୁ ନେଇ ସ୍ଥାନୀୟ ଲୋକେ ଅଭିଯୁକ୍ତଙ୍କ ଗିରଫ ଦାବିରେ କଳାବୁଦା–ଗରଦପୁର ମୁଖ୍ୟ ରାସ୍ତାକୁ ଟାୟାର ଜାଳି ଅବରୋଧ କରିଥିଲେ। ଫଳରେ କିଛି ସମୟ ପର୍ଯ୍ୟନ୍ତ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ପରିସ୍ଥିତି ଶୋଚନୀୟ ହୋଇଉଠିବା ପରେ ପୋଲିସ ହସ୍ତକ୍ଷେପ କରି ସ୍ଥିତିକୁ ନିୟନ୍ତ୍ରଣ କରିଛି। ଖବର ପାଇ ଘଟଣାସ୍ଥଳରେ କୁଦାନଗରୀ ଥାନା ପୁଲିସ ସହ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହକୁ ଜବତ କରି ଶବବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ, ଏହା ଅଗ୍ନିକାଣ୍ଡ ନା ହତ୍ୟା, ତାହା ସ୍ପଷ୍ଟ କରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.