ବଣ୍ଡାଘାଟି ସ୍ଥିତ ଅଣ୍ଡ୍ରlହାଲ ଗ୍ରାମ ପଞ୍ଚାୟତ : ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଳକ୍ ବଣ୍ଡାଘାଟି ସ୍ଥିତ ଅଣ୍ଡ୍ରlହାଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ହଳଧର ଶବର ଓ ଚିତ୍ରକୋଣ୍ଡା ଏସଡିପିଓ ପ୍ରଦୋଷ ପ୍ରଧାନ ଉପସ୍ଥିତ ରହି ସମୁଦାୟ ୪୮ ଗୋଟି ଅଭିଯୋଗ ର ଶୁଣାଣୀ କରିଥିଲେ। ତନ୍ମଧ୍ୟରୁ ୨୯ ଟି ବ୍ୟକ୍ତିଗତ ଓ ୧୯ ଟି ଗ୍ରାମ୍ୟ ସମସ୍ୟା ରହିଥିଲା। ଶିବିରରେ ତୁରନ୍ତ ୩ଟି ଅଭିଯୋଗର ସମାଧାନ କରାଯାଇଥିଲା ।
ଏହି ଶିବିରରେ ଆବାସ, ବାର୍ଦ୍ଧକ୍ୟ ଭତ୍ତା, ବିଦ୍ୟାଳୟ ଭିତ୍ତିଭୂମି ସମ୍ବନ୍ଧୀୟ ଅଭିଯୋଗର ଶୁଣାଣୀ ହୋଇଥଲା। ବିଭିନ୍ନ ଯୋଜନାର ହାତ ପାହାନ୍ତା ରେ ସେବା ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ୟାମ୍ପ ଆୟୋଜନ କରାଯାଇଥିଲା। ଏହି କ୍ୟାମ୍ପ ରେ ଶ୍ରମ କାର୍ଡ, ରାସନ୍ କାର୍ଡ, ଜଙ୍ଗଲ ଜମି ପଟ୍ଟା, ଆଧର ଅପଡେଟ ଓ କୃଷକ ପଞ୍ଜୀକରଣ ଇତ୍ୟାଦି ସେବା ଯୋଗାଇ ଦିଆଯାଇଥିଲା। ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଡିଓ ଓ ତହସିଲଦାର ମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.