ଚିକିତ୍ସା ଅବହେଳାରୁ ପ୍ରସୂତୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ଉତ୍ତେଜନା

newyr25

ନୟାଗଡ : ପ୍ରସୂତୀଙ୍କ ମୃତ୍ଯୁକୁ ନେଇ ଉତ୍ତେଜନା । ନୟାଗଡ ସହରର ଏକ ଘରୋଇ ହସ୍ପିଟାଲରେ ଉତ୍ତେଜନା । ଚିକିତ୍ସା ଅବହେଳାରୁ ପ୍ରସୂତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର । ଗତକାଲି ବୋଦସା ଗାଁର ସୁନିଆ ନାୟକ ନାମକ ପ୍ରସୂତି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।  ଅପରାହ୍ନ ୨ଟା ବେଳେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ।  ପରେ ରାତି ୯ଟାରେ ସୁନିଆଙ୍କ ସ୍ବାସ୍ଥ୍ୟ ଗୁରୁତର ହୋଇଥିଲା । ଡାକ୍ତରଙ୍କୁ ଡାକିବା ପରେ ଆସିନଥିବା ଅଭିଯୋଗ ହୋଇଥିଲା ।  ଆଜି ସକାଳୁ ଆସି ରୋଗୀକୁ ଭୁବନେଶ୍ବର ନେଇଯିବାକୁ କହିଥିଲେ ଡାକ୍ତର । ସେତେବେଳକୁ ମହିଳାଙ୍କ ମୃତ୍ୟୁ ହୋଇ ସାରିଥିଲା ବୋଲି କହିଛନ୍ତି ପରିବାର । ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି ହୋଇଛି ।

Leave A Reply

Your email address will not be published.