ଜିରୋ ନାଇଟ୍‌ରେ ମଦ ପିଇ ଗାଡ଼ି ଚଳାଇଲେ କଠୋର କାର୍ଯ୍ୟାନୁଷ୍ଠାନ

add-all

ଭୁବନେଶ୍ବର: ଜିରୋ ନାଇଟରେ ମଦ ପିଇ ଗାଡ଼ି ଚଳାଇ ଧରାପଡ଼ିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଦ୍ଵେତନଗରୀ ପୁଲିସ କମିଶନର ଏସ. ଦେବଦତ୍ତ ସିଂହ ଏପରି ଚେତାବନୀ ଦେଇଛନ୍ତି। ଯଦି କେହି ଅମାନିଆ ହୁଅନ୍ତି, ତେବେ ସେମାନଙ୍କ ଗାଡ଼ି ଜବତ କରାଯିବା ସହିତ କୋର୍ଟ ଚାଲାଣ କରାଯିବ।

ପୁଲିସ କମିଶସନରଙ୍କ ସୂଚନା ଅନୁସାରେ, ଭୁବନେଶ୍ଵର-କଟକର ୧୮ ସ୍ଥାନରେ ନାକା ଲଗାଯିବ। ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି ହେବ। ୨୯ଟି ସ୍ଥାନ ଉପରେ ପୁଲିସ ନଜର ରଖିବ। ୫ଟି କୁଇକ ରେସପନ୍ସ ଟିମ୍‌ (କ୍ୟୁଆରଟି) ସଜାଗ ରହିବ। ୧୮ ପ୍ଲାଟୁନ ପୁଲିସ ଫୋସ ସୁରକ୍ଷା ଦାୟିତ୍ଵରେ ରହିବେ। 

ad-week
Leave A Reply

Your email address will not be published.