
ନୟାଗଡ଼,୨୯/୧୨ (ନିସର୍ତ୍ତ): ରାଜ୍ୟ ଯୁବ ବିଜୁଜନତା ଦଳର ସାଧାରଣ ସମ୍ପାଦକ ଭାବରେ ଗାୟତ୍ରୀ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଯୁବ ସମାଜସେବୀ ପ୍ରଫୁଲ୍ଲ କୁମାର ନାୟକ ନିଯୁକ୍ତ । ନିଯୁକ୍ତ ହେବା ପରେ ସାଙ୍ଗଠନିକ କାର୍ଯ୍ୟକୁ ଜୋରଦାର କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଓଡିଶା ବିଜୁଜନତା ଦଳ ତରଫରୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ସାଙ୍ଗଠନିକ ଯୁବ ବିଜୁଜନତା ଦଳର ନେତୃତ୍ୱକୁ ନେଇ କାର୍ଯ୍ୟକାରୀ ସଭାପତି ଓ ସାଧାରଣ ସମ୍ପାଦକ ନିଯୁକ୍ତ କରାଯାଇଛି । ଏହି କ୍ରମରେ ନୟାଗଡ ଜିଲ୍ଲା ରଣପୁର ର୍ନିବାଚନ ମଣ୍ଡଳୀର ବିଜୁ ଯୁବଜନତା ଦଳର ଯୁବ ସଂଗଠକ ପ୍ରଫୁଲ କୁମାର ନାୟକଙ୍କୁ ରାଜ୍ୟ ଯୁବ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି କରାଯାଇଛି । ଯାହାକୁ ନେଇ ପ୍ରଫୁଲ୍ଲଙ୍କ ସମର୍ଥକ ମଧ୍ୟରେ ଖୁସୀର ଲହରୀ ଦେଖା ଦେଇଛି । ତେବେ ପ୍ରଫୁଲ୍ଲ ଦୀର୍ଘ ଦିନଧରି ରଣପୁର ବିଜୁ ଜନତା ଦଳରେ ଶୃଙ୍ଖଳିତ ସଦସ୍ୟ ଭାବେ ରହି ଦଳୀୟ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ସହିତ ଦଳୀୟ ସମର୍ଥକଙ୍କ ପ୍ରତ୍ୟେକ ସାଂସ୍କୃତିକ ତଥା ଗଠନ ମୂଳକ କାର୍ଯ୍ୟକ୍ରମରେ ସହଯୋଗ କରି ଆସୁ ଅଛନ୍ତି। ଏହି ପଦବୀ ପାଇବା ପରେ ତାଙ୍କର ମନୋବଳ ବୃଦ୍ଧି ପାଇବା ସହିତ କାର୍ଯ୍ୟ କରିବା ପାଇଁ ଉତ୍ସାହ ଦୁଇଗୁଣା ହେବ ବୋଲି ତାଙ୍କ ଶୁଭେଛୁମାନେ ମତ ପ୍ରକାଶ କରିଛନ୍ତି। ସେ ଏହି ପଦବୀ ପାଇବା ପରେ ତାଙ୍କ ଶୁଭେଛୁ ଓ ସମର୍ଥକଙ୍କ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିବା ସହିତ ଆଗକୁ ସାଙ୍ଗଠନିକ କାର୍ଯ୍ୟକୁ ଜୋରଦାର କରାଯିବ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି । ଏଥି ସହିତ ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତି ପାଇ ଥିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।