
ଭୁବନେଶ୍ୱର : ପିକନିକ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି । ମଦ୍ୟପାନ କରି ଗାଡି ଚାଳନା ଓ ଦୃତ ଗତି ଉପରେ ରହିବ କଡା ନଜର । ମାର୍ଗଦର୍ଶିକାର ପାଳନ ପାଇଁ ଆରଟିଓମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ପ୍ରମୁଖ ପିକନିକ ସ୍ପଟକୁ ଚିହ୍ନଟ କରିଛି ବିଭାଗ । ପିକନିକ ଯାତ୍ରୀ ନେବା ପୂର୍ବରୁ ଆରଟିଓଙ୍କ ଅନୁମତି ଜରୁରୀ । ସ୍କୁଲ କଲେଜ ଛାତ୍ର ଛାତ୍ରୀ ପିକନିକ ଯାଉଥିଲେ, ସେମାନଙ୍କ ସୁରକ୍ଷା ପାଇଁ ରହିବ ସ୍ୱତନ୍ତ୍ର ନଜର। ମାର୍ଗଦର୍ଶିକାରେ ଚାରୋଟି -ଇ କୁ ଦିଆଯାଇଛି ଗୁରୁତ୍ୱ । ଏନ୍ଫୋର୍ସମେଣ୍ଟ, ଇଂଜିନିୟରିଂ, ଏଜୁକେସନ ଓ ଏମରଜେନ୍ସି କେୟାରକୁ ଗୁରୁତ୍ୱ।