ପ୍ରମୋସନରୁ ବାଦ ପଡ଼ିଲେ ଓଡ଼ିଶାର ଦୁଇ ବରିଷ୍ଠ ଆଇପିଏସ ଅଫିସର

newyr25

ଭୁବନେଶ୍ବର: ବରିଷ୍ଠ ଆଇପିଏସ ପଦୋନ୍ନତିରେ ସରପ୍ରାଇଜ ।  ପ୍ରମୋସନରୁ ବାଦ ପଡ଼ିଲେ ଓଡ଼ିଶାର ଦୁଇ ବରିଷ୍ଠ ଆଇପିଏସ ଅଫିସର ।  ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କୁ ମିଳିଲାନି ଡିଜିପି ପାହ୍ୟା ।  ୧୯୯୪ ବ୍ୟାଚର ଦୁଇ ବରିଷ୍ଠ ଆଇପିଏସ ଅଧିକାରୀ ଏବେ ଏଡିଜିପି ପାହ୍ଯାରେ କାର୍ଯ୍ୟରତ । ୧୬ ଆଇପିଏସ ଅଧିକାରୀଙ୍କୁ ରାଜ୍ୟ ସରକାର ପଦୋନ୍ନତି ପ୍ରଦାନ କରାଯାଇଥିଲେ ମଧ୍ୟ ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱା ତାଲିକାରେ ସ୍ଥାନ ପାଇନାହାନ୍ତି ।

ଏହି ପ୍ରସଙ୍ଗ ବର୍ତ୍ତମାନ ରାଜ୍ୟ ପ୍ରଶାସନିକ ଓ ପୋଲିସ ବିଭାଗରେ ଚର୍ଚ୍ଚାକୁ ଆସିବା ସହ ସମସ୍ତଙ୍କୁ ଚକିତ କରିଛି ।  କିନ୍ତୁ ଅନ୍ୟ ରାଜ୍ୟରେ ୧୯୯୪ ବ୍ୟାଚର ଆଇପିଏସଙ୍କୁ ଡିଜିପି ରାଙ୍କକୁ ପଦୋନ୍ନତି ପ୍ରଦାନ କରାଯାଇଛି ।  ତେଲଙ୍ଗାନାରେ ୧୯୯୪ ବ୍ୟାଚର ଆଇପିଏସ ଅଧିକାରୀଙ୍କୁ ୨୦୨୪ ଅଗଷ୍ଟରେ ଡିଜିପି ପାହ୍ୟାକୁ ପ୍ରମୋସନ ପ୍ରଦାନ କରାଯାଇଛି ।  ସରକାରୀ ବିଜ୍ଞପ୍ତି ଅନୁସାରେ ଏହି ଗୋଟିଏ ଉଦାହରଣ ଅନ୍ୟ ସମସ୍ତ ସ୍ଥାନରେ ମଧ୍ୟ ପୋଲିସ ସେବା କ୍ଷେତ୍ରରେ ପାଳନ କରାଯିବାର ଆବଶ୍ୟକତା ରହିଛି ।

Leave A Reply

Your email address will not be published.