
ବେଙ୍ଗଳୁରୁ: ମାରିଦେଲେ ୪ ବାଘ । ବେଙ୍ଗଳୁରୁ ଉପକଣ୍ଠ ଚିକ୍କନହଲ୍ଲି ଅଞ୍ଚଳର ଏକ ଖଣିରେ ବିସ୍ଫୋରଣରେ ୪ କଲରାପତରିଆଙ୍କ ଜୀବନ ଯାଇଛି । ମୃତ ବାଘ ମଧ୍ୟରେ ଏକ ଗର୍ଭବତୀ ଥିବା କହିଛି ବନ ବିଭାଗ । ବେଆଇନ ବିସ୍ଫୋରଣ ଯୋଗୁଁ ବାଘ ମରିଥିବା ବେଳେ, ଖଣ୍ଡବିଖଣ୍ଡିତ ମୃତ ଦେହ ଉଦ୍ଧାର ହୋଇଛି । ବନବିଭାଗ ପକ୍ଷରୁ ବାଘ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏଯାଏ ବନବିଭାଗ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ନେଇନଥିବାରୁ ପ୍ରଶ୍ନ ଉଠାଇଛନ୍ତି ପ୍ରାଣୀପ୍ରେମୀ । ବାଘ ମୃତ୍ୟୁ ନେଇ ଉଦବେଗ ପ୍ରକାଶ କରିବା ସହ ବନବିଭାଗର ଅବହେଳକୁ ଦାୟୀ କରିଛନ୍ତି । ସେପଟେ ବାଘ ମୃତ୍ୟୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ସହ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଉଠିଛି ।