ସଡ଼କ ଦୁର୍ଘଟଣାରେ ଆହତଙ୍କୁ ସହାୟତା କରିବା ବେଳେ ମାଡ଼ିଗଲା ଟ୍ରେଲର, ୪ ମୃତ, ଅନେକ ଆହତ

newyr25

ରାଜସ୍ଥାନ : ରାଜସ୍ଥାନ ବିକାନେର ଜିଲ୍ଲାରେ ଅଘଟଣ । ଏକ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।

ଖବର ମୁତାବକ, ବିକାନେର ନାପାସର ଅଞ୍ଚଳରେ ଗତ ରାତିରେ ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିଲେ । ଆହତ ହୋଇଥିବା ଲୋକଙ୍କୁ ସହାୟତା କରୁଥିବା ସମୟରେ ଦ୍ରୁତ ଗତିରେ ଏକ ଟ୍ରେଲର ଆସି ଏମାନଙ୍କ ଉପରେ ମାଡ଼ି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ୪ ଜଣଙ୍କ ଜୀବନ ଚାଲିଯାଇଥିଲା ।

ଦୁର୍ଘଟଣା ନାରଙ୍ଗ ଦେଶର ଭାରତମାଳା ଟୋଲ ପ୍ଲାଜା ଠାରୁ ୧୦ କିମି ଦୂରରେ ହୋଇଥିଲା । ଏକ ଟେମ୍ପୋର ଟାୟର ହଠାତ୍ ଫାଟିଯିବାକୁ ଗାଡ଼ିଟି ଅନିୟନ୍ତ୍ରିତ ହୋଇ ଓଲଟି ପଡିଥିଲା । ଦୁର୍ଘଟଣା ଯୋଗୁଁ ଅନ୍ୟମାନେ ସହାୟତା କରୁଥିବା ବେଳେ ଏକ ଟ୍ରେଲର ଆସି ମାଡ଼ି ଯାଇଥିଲା ।

ଟ୍ରେଲର ଧକ୍କା ଦେବା ପରେ ଡ୍ରାଇଭର ଫେରାର ହୋଇଯାଇଥିଲା । ଦୁର୍ଘଟଣା ପରେ ହାଇୱେରେ  ଯାତାୟାତ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା । କ୍ରେନ ସହାୟତାରେ କ୍ଷତିଗ୍ରସ୍ତ ଗାଡ଼ିକୁ ହଟାଯାଇଥିଲା । ଏହାପରେ ସକାଳେ ଯାତାୟାତ ଠିକ୍ ହୋଇଥିଲା ।

Leave A Reply

Your email address will not be published.