ଡବଲ ଇଞ୍ଜିନ ସରକାର ସାଧାରଣ ଲୋକଙ୍କୁ ଡବଲ ଦୁଃଖ ଦେଉଛି….!

ଡବଲ ଇଞ୍ଜିନ ସବୁବେଳେ ଲମ୍ବା ଲାଇନ ଲଗେଇବାରେ ମାହିର….!

add-all


ବ୍ରହ୍ମପୁର: ପ୍ରଦୂଷଣ ସାର୍ଟିଫିକେଟ ନଥିଲେ ପେଟ୍ରୋଲ ନାହିଁ ବୋଲି ପରିବହନ ବିଭାଗ ଫର୍ମାନ ଜାହିର କରିଛି।ଲୋକେ ଲମ୍ବା ଲାଇନ ଲଗାଇ ପ୍ରଦୂଷଣ ସାର୍ଟିଫିକେଟ ନେବା ପାଇଁ ରାଜ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନ ଲଗାଉଥିବା ଦେଖିବାକୁ ମିଳିଛି। ପୁଣି ବର୍ତ୍ତମାନ ପରିବହନ ବିଭାଗ ଗ୍ରୀନ ଷ୍ଟିକର ଲଗାଇବା ପାଇଁ ବାଧ୍ୟ କରିବା ଫଳରେ ଲୋକେ ଲମ୍ବା ଲାଇନ ଲଗାଇବା ପାଇଁ ଦୁଇ ଚକିଆ ଯାନବାହାନ ଚାଳକ ମାନେ ବାଧ୍ୟ ହେବେ ସାର୍ଟିଫିକେଟ ପାଇଁ। ପରିବହନ ବିଭାଗ ର ଏଭଳି ନିଷ୍ପତ୍ତି କୁ ବିଭିନ୍ନ ମହଲରେ ବିରୋଧ ସାଙ୍ଗକୁ ଅସନ୍ତୋଷ ବଢ଼ିବା ରେ ଲାଗିଛି।ବିଭିନ୍ନ ଆଳ ଦେଖାଇ ସରକାର ସିଧା ଫର୍ମାନ ଜାରି କରିଦେଉଛନ୍ତି, ପେଟ୍ରୋଲ ଆଉ ମିଳିବ ନାହିଁ ବୋଲି। ଡବଲ ଇଞ୍ଜିନ ସରକାର ସମୟରେ କେଉଁ ମନ୍ତ୍ରୀ କେଉଁ ବିଭାଗ ଚଲାଉଛନ୍ତି, ସାଧାରଣ ରେ ଏବେ ଚର୍ଚ୍ଚା ଜୋର ଧରିଛି। ଖଣି ବିଭାଗ ସମ୍ପର୍କ ରେ ରାଜସ୍ୱ ବିଭାଗ ମନ୍ତ୍ରୀ କେତେବେଳେ ବିବୃତି ଦେଉଥିବା ବେଳେ ଖାଉଟି ବିଭାଗ ଭିତରେ ପରିବହନ ମନ୍ତ୍ରୀ ମୁଣ୍ଡ ପୁରାଉଥିବା ନେଇ ଆଲୋଚନା ହେଲାଣି। କଡ୍ଡା ନିୟମ ରେ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି।ସରକାର ଔଷଧ ବିକଳ ରେ ତାଟିଆ କାମୁଡି ବା ଆଗାମୀ ନିର୍ବାଚନ ରେ ଏହା ଭାରି ପଡିପାରେ ବୋଲି ସାଧାରଣ ରେ ଆଲୋଚନା ହେଉଛି l ନୋଟ ବନ୍ଦୀ ସମୟରେ ଏପରି ଲମ୍ବା ଧାଡି ଦେଖିବାକୁ ମିଳିଥିଲା ପୁଣି ଏବେ ପୋଲୁସନ ସାର୍ଟିଫିକେଟ ପାଇଁ ଲମ୍ବା ଧାଡି ଦେଖିବାକୁ ମିଳୁଛି l ସରକାରୀ ଗାଡି ଗୁଡିକ ରେ ପୋଲୁସନ ର ଗ୍ରୀନ ଷ୍ଟିକର ଲାଗିବ ତ..? ବୋଲି ସାଧାରଣ ରେ ପ୍ରଶ୍ନ ଉଠିଲାଣି l ନା ଜୋରିମାନା ଆଦାୟ କରିବାକୁ ଏହା ସରକାରଙ୍କ ନୁଆଁ ଚାଲ ତଳ ଦିନେ ବିନା ହେଲିମେଟ ରେ ତେଲ ମିଳିବନି ବୋଲି ମଧ୍ୟ କଡା କଡ଼ି ନିୟମ ହୋଇଥିଲା ଏବଂ ଗାଡିର ନମ୍ବର ପ୍ଲେଟ ପାଇଁ ମଧ୍ୟ ନିୟମ ଆସିଥିଲା କିନ୍ତୁ ଦୁଇ ଦିନିଆ ଭାଗବତ ପରି ଏହି ନିୟମ ନିୟମ ରେ ରହି ଗଲା l ଦେଖା ଯାଉ ପ୍ରଦୂଷଣ ସାର୍ଟିଫିକେଟ ନିୟମ କେତେଦିନ କାର୍ଯ୍ୟକାରୀ ହେବ ତାହା ସମୟ କହିବ…

ad-week
Leave A Reply

Your email address will not be published.