ସାପ୍ତାହିକ ହାଟରେ ବ୍ୟବସାୟୀ ଦୋକାନ ଖୋଲିବାକୁ ମନାକୁ ନେଇ ଥାନାର ଦ୍ୱାରସ୍ଥ ହେଲେ ବ୍ୟବସାୟୀ

add-all

ମାଲକାନଗିରି : ମାଲକାନଗିରି ବ୍ଲକ ଅନ୍ତର୍ଗତ ପଦ୍ମଗିରି ବୁଧବାର ସାପ୍ତାହିକ ହାଟକୁ ନିର୍ଦ୍ଧିଷ୍ଟ ଲୋକଙ୍କୁ ବଜାରରେ ଆସିବା ଓ ଦୋକାନ ଖୋଲିବାକୁ ମନା କରାଯାଉଥିବା ଅଭିଯୋଗରେ ଆଜି ମାଲକାନଗିରି ଥାନାର ଦ୍ଵାରସ୍ତ ହୋଇଛନ୍ତି ହାଟ ବ୍ୟବସାୟୀମାନେ। ଅଭିଯୋଗ ଅନୁଯାୟୀ ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ପଦ୍ମଗିରି ଠାରେ ସପ୍ତାହ ର ବୁଧବାର ଦିନ ସାପ୍ତାହିକ ହାଟ ଦୀର୍ଘ ବର୍ଷ ଧରି ହୋଇ ଆସୁଛି। ଏହି ସାପ୍ତାହିକ ହାଟ ରେ ଆଖପାଖ ଅଞ୍ଚଳର ଅନେକ ବ୍ୟବସାୟୀ ନିଜର ଉତ୍ପାଦିତ ସାମଗ୍ରୀ ତଥା ଲୋକଙ୍କ ଦୈନନ୍ଦିନ ଆବଶ୍ୟକୀୟ ସାମଗ୍ରୀ କୁ ବିକ୍ରୟ କରି ପରିବାର ପ୍ରତିପୋଷଣ କରି ଆସୁଥିଲେ। ଗତ ଡିସେମ୍ବର ମାସରେ ଜିଲ୍ଲାର ରାଖେଲଗୁଡା ଓ ଏମଭି-୨୬ ଗ୍ରାମ ମଧ୍ୟରେ ହୋଇଥିବା ଅଶାନ୍ତକର ପରିସ୍ଥିତି ପରେ ବର୍ତ୍ତମାନ ଏହି ପଦ୍ମଗିରି ସାପ୍ତାହିକ ହାଟ ରେ ବଙ୍ଗୀୟ ସମ୍ପ୍ରଦାୟର ବ୍ୟବସାୟୀ ମାନଙ୍କୁ ବ୍ୟବସାୟ କରିବାକୁ ଦିଆ ଯାଉ ନଥିବା ଅଭିଯୋଗ ହୋଇଛି।

ଏନେଇ ଉକ୍ତ ବ୍ୟବସାୟୀ ମାନେ ଆଜି ମାଲକାନଗିରି ଥାନାର ଦ୍ୱାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଉକ୍ତ ହାଟ ରେ ଏହି ବଙ୍ଗୀୟ ବ୍ୟବସାୟୀ ମାନଙ୍କୁ ବ୍ୟବସାୟ କରିବାକୁ ଦିଆ ଯାଉ ନଥିବା ବେଳେ ସେମାନେ ନାନା ସମସ୍ୟା ର ସମ୍ମୁଖୀନ ହେବା ସହ ହାଟ କୁ ବିଭିନ୍ନ ସାମଗ୍ରୀ ବିକ୍ରୟ ପାଇଁ ନେଇ ଯାଇଥିବା ବେଳେ ବିକ୍ରି ନ କରି ପାରି କ୍ଷତିଗ୍ରସ୍ତ ହୋଇଥିଲା ଅଭିଯୋଗ କରିଥିଲେ। ତେବେ ଏହି ଅଭିଯୋଗ କୁ ଆଧାର କରି ମାଲକାନଗିରି ଆଦର୍ଶ ଥାନା ପୋଲିସ ଉଭୟ ପକ୍ଷ କୁ ଡାକି ଆଲୋଚନା ମାଧ୍ୟମରେ ଶୀଘ୍ର ସମାଧାନ କରିବାକୁ ଉଭୟଙ୍କୁ କହିଛନ୍ତି ।

ad-week
Leave A Reply

Your email address will not be published.