ରୁପାଲି ଛକରେ ‘ଆମ ବସ୍‌’ ଧକ୍କାରେ ଜଣେ ମୃତ

newyr25

ଭୁବନେଶ୍ୱର: ଅଟୋକୁ ଧକ୍କା ଦେଲା ଆମ ବସ୍ । ଘଟଣାସ୍ଥଳରେ ଅଟୋ ଚାଳକଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ବର ରୁପାଲି ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଅଟୋ ପଛପଟେ ଆସି ଧକ୍କା ଦେଇଥିଲା ଆମ ବସ୍ । ଅଟୋରେ ମୋଟ ୩ ଜଣ ଥିଲେ । ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ମହିଳା ଯାତ୍ରୀ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି ।  ଦୁର୍ଘଟଣା ଘଟାଇଥିବା ବସଟି ରୁଟ୍ ନମ୍ବର -୩୨ ର ବୋଲି ଜଣାପଡିଛି ।

ଦୁର୍ଘଟଣା ପରେ ଆମ ବସ ଡ୍ରାଇଭର ଫେରାର ହୋଇଯାଇଛି । ଉତ୍ତେଜନା ପ୍ରକାଶ ପାଇବାରୁ ଡିସିପି ପହଞ୍ଚି ବୁଝାସୁଝା କରୁଛନ୍ତି । ବାରମ୍ବାର ଆମ୍‌ ବସ୍‌ ଧକ୍କାରେ ଲୋକଙ୍କ ଜୀବନ ଯାଉଥିବା ବେଳେ ସଡକ ସୁରକ୍ଷା ସପ୍ତାହ ଆରମ୍ଭରେ ଏଭଳି ଘଟଣା ଘଟିବା ଦୁର୍ଭାଗ୍ୟଜନକ ବୋଲି କୁହାଯାଉଛି । ଆମ ବସ ଡ୍ରାଇଭରଙ୍କୁ କାହିଁକି ସଚେତନ କରାଯାଉନାହିଁ ବଲେି ପ୍ରଶ୍ନ ଉଠିଛି । ରୂପାଲି ଛକରେ ଦୁର୍ଘଟଣା ଘଟିବାରୁ ରାସ୍ତାରେ ଲୋକମାନେ ହୋହାଲ୍ଲା କରିବା ସହ ଆମ ବସ ନୁହେଁ ଯମ ବସ ବୋଲି କହୁଛନ୍ତି ରାଜଧାନୀ ବାସିନ୍ଦା ।

Leave A Reply

Your email address will not be published.