ସୁଯୋଗ ଅପେକ୍ଷାରେ ଯୁବ ନେତୃତ୍ୱ, ଖୁବଶୀଘ୍ର ଗଠନ ହେବ ନୂଆ ଆଞ୍ଚଳିକ ଦଳ: ମୋକିମ

newyr25

ଭୁବନେଶ୍ୱର: ଖୁବଶୀଘ୍ର ଗଠନ ହେବ ନୂଆ ଆଞ୍ଚଳିକ ଦଳ । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବରିଷ୍ଠ ରାଜନେତା ମହମ୍ମଦ ମୋକିମ । ସେ କହିଛନ୍ତି ରାଜ୍ୟରେ ଅନେକ ଯୁବ ନେତୃତ୍ୱଙ୍କୁ ଏକ ବଡ ସୁଯୋଗ ଆବଶ୍ୟକତା ରହିଛି, ସେଥିପାଇଁ ସିଏ ଆମ ସହ ଯୋଗାଯୋଗରେ ଅଛନ୍ତି । ଆମେ ମଧ୍ୟ ଯୁବ ଏବଂ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରୁଛୁ, କାହା ପାଇଁ କେଉଁ ସ୍ଥାନ ଖାଲି ପଡେ ନାହିଁ, କିଏ ନା କିଏ ଏହାକୁ ପୂରଣ କରିଥାନ୍ତି । ରାଜ୍ୟରେ ଅନେକ ଉଦୟମାନ ଯୁବକ ଅଛନ୍ତି ତାଙ୍କୁ କେବଳ ଏକ ସୁଯୋଗର ଆବଶ୍ୟକତା ରହିଛି । ରାଜ୍ୟରେ ଏବେ ବିଜେପି ସରକାର ଏବଂ ବିଜେଡି ଯେଉଁଭଳି ସ୍ଥିତି ଦେଇ ଗତି କରୁଛି, ସେଥିପାଇଁ ଏକ ବିକଳ୍ପ ର ଆବଶ୍ୟକତା ରହିଛି ।

ସେହିପରି କଂଗ୍ରେସ ଦଳର ହାଇକମାଣ୍ଡ କୁ ଟାର୍ଗେଟ କରିଛନ୍ତି ମହମ୍ମଦ ମୋକିମ । ସେ କହିଛନ୍ତି ଯିଏ ନିଜକୁ ନିଜେ ତିଆରି କରିଥିବ ତାକୁ ସାଇଡ କରି ଅନ୍ୟ କାହାକୁ ଦାୟିତ୍ୱ ଦେଲେ ସଂଗଠନ ପଛେଇ ଯାଇଥାଏ, ଯାହା କଂଗ୍ରେସ ଦଳରେ ହୋଇଛି । ଯେତେବେଳେ କମଳ ନାଥ ଓଡିଶା ଆସି ଜାନକୀ ବର୍ଲଭ ପଟ୍ଟନାୟକଙ୍କୁ ଅତିଥ ବୋଲି କହିଥିଲେ ଏବଂ ଶରତ ପଟ୍ଟନାୟକଙ୍କୁ ପିସିସି ସଭାପତି କରାଗଲା, ସେତେବେଳ କଂଗ୍ରେସ ଦଳର ଦଉନ ଫଲ ଆରମ୍ଭ ହୋଇଥିଲା । ଆଜି ପର‌୍ୟ୍ୟନ୍ତ ସେଇ କ୍ଷତିରୁ ଉଠି ପାରୁନାହିଁ କଂଗ୍ରେସ । ସେତେବେଲେ ଯଦି ସୋନିୟା ଗାନ୍ଧୀ ଜାନକୀଙ୍କ ସହ ଆଲୋଚନା କରିଥାନ୍ତେ ତେବେ ଆଜିର ଦିନରେ କଂଗ୍ରେସ ଏଭଳି ସ୍ଥିତି ହୋଇନଥାନ୍ତା । ଦିଲ୍ଲୀ ସୁପ୍ରିମ ମଧ୍ୟ ପିସିସି ସଭାପତି ପଦକୁ ବାରମ୍ବାର ପରିବର୍ତନ କରି ରାଜ୍ୟରେ କଂଗ୍ରେସ ଭୋଟ ପ୍ରତିଶତକୁ କମାଇ ଦେଇଛନ୍ତି । ଜାନକୀ ବାବୁ ଆଦର୍ଶରେ କଂଗ୍ରେସ ଦଳ ଚାଲିବା ଆବଶ୍ୟକ, କିନ୍ତୁ ଏହି ଆଦର୍ଶରେ କଂଗ୍ରେସ ଦଳର କୌଣସି ନେତା ଚାଲିବାର ଆନ୍ତରିକତା ମୋତେ ଦେଖାଯାଉନାହିଁ ।

Leave A Reply

Your email address will not be published.