ମଦ ବ୍ୟବସାୟୀଙ୍କୁ ଲାଞ୍ଚ ମାଗି ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ବାବୁ

newyr25

କଟକ: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଥାନା ଇନ୍ସପେକ୍ଟର । ୪୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି କଟକ ସିଆରଆରଆଇ ଥାନା ଇନ୍ସପେକ୍ଟର ବିଜୟ ଵାରିକ । ଜଣେ ଲାଇସେନ୍ସପ୍ରାପ୍ତ ମଦ ବେପାରୀଙ୍କ ଠାରୁ ୪୦ ହଜାର ଟଙ୍କା ହାତଗୁଞ୍ଜା ନେବେ ବେଳେ ରାଜମହଲ ଛକରେ ମାଡି ବସିଲା ଭିଜିଲାନ୍ସ ।

ଇନିସପେକ୍ଟର ବିଜୟ ବାରିକଙ୍କ ବିଭିନ୍ନ ଠିକଣାରେ ଚଢାଉ କରିଛି ଭିଜିଲାନ୍ସ। ଭୁବନେଶ୍ୱରରେ ତାଙ୍କର ବିଭିନ୍ନ ଠିକଣାରେ ରେଡ୍ ହୋଇଛି । ଚଢାଉ ବେଳେ ତାଙ୍କ ଘରୁ ନଗଦ ୫ ଲକ୍ଷ ଟଙ୍କା ଭିଜିଲାନ୍ସ ହାତରେ ଲାଗିଛି । ଲାଞ୍ଚ ଦାବି ଏବଂ ଜବତ ହୋଇଥିବା ଟଙ୍କାର ଉତ୍ସ ସମ୍ପର୍କରେ ତାଙ୍କୁ ପଚରାଉଚରା କରାଯାଇଛି ।

Leave A Reply

Your email address will not be published.