
ଚିକିଟି: ଚିକିଟି ବ୍ଲକ ଅନ୍ତର୍ଗତ ନୂଆପଡା ଗ୍ରାମରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ନୂଆପଡା ସମେତ ଆଖପାଖ ପ୍ରାୟ 10 ଟି ଗ୍ରାମର ଶତାଧିକ ହିନ୍ଦୁ ଭାଇଭଉଣୀ ମାନେ ଏକତ୍ରିତ ହୋଇ ନୂଆପଡା ଗ୍ରାମର ନଗର ପରିକ୍ରମା କରିଥିଲେ l ଏହାପରେ ନୂଆପଡା ଗ୍ରାମର କଲ୍ୟାଣ ମଣ୍ଡପଠାରେ ଏକ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ରାଷ୍ଟୀୟ ସ୍ୱୟଂ ସେବକ ସଙ୍ଘର ଜିଲ୍ଲା ପ୍ରଚାରକ ରଶ୍ମିରଂଜନ ମହାଙ୍କୁଡ଼ ଯୋଗଦେଇ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ହିନ୍ଦୁମାନଙ୍କୁ ଏକତ୍ରିତ କରିବା, ହିନ୍ଦୁ ଧର୍ମ, ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷା କରିବା ଏବଂ ସମାଜରେ ସୁଧାର ଆଣିବେ ବୋଲି କହିଥିଲେ l ସଂମ୍ମାନିତ ଅତିଥିଭାବେ ରାଷ୍ଟୀୟ ସ୍ୱୟଂ ସେବକ ସଙ୍ଘର ଚିକିଟି ଓ ଦିଗପହଣ୍ଡିଖଣ୍ଡ କାର୍ଯ୍ୟବାହ ଜିତେନ୍ଦ୍ର କୁମାର ସାହୁ, ପ୍ରକାଶ ପ୍ରଧାନ, ଗଞ୍ଜାମ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟକର୍ତା ହର୍ଷ ପଣ୍ଡା ଯୋଗଦେଇ କିପରି ହିନ୍ଦୁ ସମାଜର ଏକତା ବଢାଇବା, ଉପରେ ଆଲୋକପାତ କରିଥିଲେ l ଆୟୋଜିତ ଏହି କାର୍ଯ୍ୟକ୍ରମକୁ E ଅଶୋକ କୁମାର ସଂଯୋଜନା କରିଥିବା ବେଳେ ଅଞ୍ଚଳର ବହୁ ହିନ୍ଦୁ ଭାଇଭଉଣୀ ମାନେ ଯୋଗଦେଇ ସହଯୋଗ କରିଥିଲେ l