୫ ଦିନିଆ କନ୍ଧମାଳ ମହୋତ୍ସବ : ବହୁ ନାମିଦାମୀ ଓଲିଉଡ କଳାକାର ଙ୍କ ଆଗମନ,କଡା ସୁରକ୍ଷା ବ୍ୟବସ୍ଥା…

add-all

କନ୍ଧମାଳ, ତା, ୦୪/୦୧ : ବହୁ ପ୍ରତିକ୍ଷିତ କନ୍ଧମାଳ ମହୋତ୍ସବ- ୨୦୨୬ ଚଳିତ ମାସ ୭ରୁ ୧୧ ତାରିଖ ଦୀର୍ଘ ୫ଦିନ ବ୍ୟାପୀ କନ୍ଧମାଳ ଷ୍ଟାଡିୟମ ରେ ଅନୁଷ୍ଠିତ ହେବ, ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି କେବଳ କନ୍ଧମାଳ ମହୋତ୍ସବ ଗୋଟିଏ ନୁହେଁ, ଦାରିଙ୍ଗବାଡି ରେ ୮ ତାରିଖ ଠାରୁ ୧୧ ତାରିଖ ଶୀତ ମହୋତ୍ସବ, ଏବଂ ଫେବୃଆରୀରେ ବାରକୋସ ମହୋତ୍ସବ ଓ ଜି.ଉଦୟଗିରି ରେ ପ୍ରଥମ ଥର ପାଇଁ ଶୀତ ଉତ୍ସବ ମଧ୍ୟ ଅନୁଷ୍ଠିତ ହେବ। ଏହି ଜିଲାରେ ଏବେ ମହୋତ୍ସବ ମାହୋଲ ର ପ୍ରଚାର ଓ ପ୍ରସାର ପାଇଁ ପ୍ରତିଯୋଗିତା ଆଗେଇ ଚାଲିଛି l ଲୋକେ ମଧ୍ୟ ଏହାର ଭରପୁର ଆନନ୍ଦ ଉଠାଇବେ l ତେବେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୀର୍ଘ ବର୍ଷ ଧରି ଫୁଲବାଣୀ ରେ ଅନୁଷ୍ଠିତ ହେଉଥିବା ଏହି କନ୍ଧମାଳ ମହୋତ୍ସବ ସହ ପଲ୍ଲୀଶ୍ରୀ ମେଳା, ପ୍ରାଣୀ ମେଳା, କୃଷି ଯନ୍ତ୍ର ପାତି ମେଳା ମଧ୍ଯ ଅନୁଷ୍ଠିତ ହେବ l ପ୍ରଥମ ଦିନ ୭ ତାରିଖ ଉଦଘାଟନୀ ଉତ୍ସବରେ ପପୁ ପମ ପମ, ୮ ରେ ପ୍ରସିଦ୍ଧ ଗାୟିକା ଇରା ମହାନ୍ତି, ୯ ରେ ପଶ୍ଚିମ ଓଡ଼ିଶାର ବିଶିଷ୍ଟ ଗାୟକ ମଣ୍ଟୁ ଛୁରିଆ, ୧୦ରେ ଇଣ୍ଡିଆନ ଆଇଡଲର ମହମ୍ମଦ ଜାନିସ, ଓ ୧୧ରେ ନିର୍ମିତା ଗାନ୍ଧୀ ସେମାନଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିବେ । ଏତଦ ବ୍ୟତୀତ ପ୍ରତ୍ୟହ ସ୍ଥାନୀୟ ଅଞ୍ଚଳର ବଛାବଛା କଳାକାର ମାନେ ମଧ୍ୟ ସେମାନଙ୍କ ନୃତ୍ୟ, ଗୀତ, ସଙ୍ଗୀତ ପରିବେଷଣ କରିବେ । ଏହି ମେଳାରେ ଓରମାସର ବିଭିନ୍ନ ବିଭାଗ ର ୩୦୦ ପାଖାପାଖି ଷ୍ଟଲ ଖୋଲାଯିବ ବୋଲି କନ୍ଧମାଳ ଜିଲ୍ଲା


ଓରମାସ ର ମୁଖ୍ୟ ନିର୍ବାହୀ ଅଧିକାରୀ ଗୁଣ୍ଡିଚା ବେହେରା କହିଛନ୍ତି l ଏ ସବୁ ଷ୍ଟଲରେ ହସ୍ତତନ୍ତ, ହସ୍ତଶିଳ୍ପ, ଘର କରଣା ଆଦି ସମସ୍ତ ଜିନିଷ ହାତ ପାଆନ୍ତାରେ ସୁଲଭ ମୂଲ୍ୟରେ ମିଳୁଥ‌ିବାରୁ ସହର ବାସୀ ଏହାର ଫାଇଦା ନେବାକୁ ଶ୍ରୀ ବେହେରା କହିଛନ୍ତି l ଏହି ୫ ଦିନିଆ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ବେଦ ଭୂଷଣ, ଅତିରିକ୍ତ ଜିଲ୍ଲାପାଳ ରମେଶ ଜେନା ଓ କୁଶଳ ଚନ୍ଦ୍ର ନାୟକ, ଉପ ଜିଲ୍ଲାପାଳ ଭିକାରୀ ସାହୁ, ପିଏ ଆଇଟିଡିଏ ତଥା ସଂସ୍କୃତି ଅଧିକାରୀ ଗଦାଧର ପାତ୍ର, ବିଡ଼ିଓ ସୋମ୍ୟ ଗଞ୍ଜନ ପାତ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି ସେହିପରି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ବିଭାଗ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କୁ କଡ଼ାକଡ଼ି କରାଯିବ ବୋଲି ପୋଲିସ ବିଭାଗ ପ୍ରକାଶ କରିଛି ।

ad-week
Leave A Reply

Your email address will not be published.