ବ୍ରେଥ ଆନାଲାଇଜର ଜରିଆରେ ଆମ-ବସ୍ ଚାଳକଙ୍କ ମଦ୍ୟପାନ ଯାଞ୍ଚ

newyr25

ଭୁବନେଶ୍ବର: ଗତକାଲି ରୂପାଲୀ ଛକରେ ଆମ-ବସ୍ ଦୁର୍ଘଟଣା ପରେ ଚେତିଲା ପ୍ରଶାସନ । ରାଜଧାନୀର ପ୍ରତି ଆମ-ବସ୍ ଚାଳକଙ୍କ ମଦ୍ୟପାନ ଯାଞ୍ଚ କରୁଛି ପୁଲିସ ।

ଗତକାଲି ଭୁବନେଶ୍ବର ରୂପାଲୀ ଛକରେ ଆମ-ବସ୍ ଦୁର୍ଘଟଣାରେ ଜଣେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିବା ପରେ ଚେତିଛି ପ୍ରଶାସନ । ପ୍ରତ୍ୟକ ଛକରେ ଯାଞ୍ଚ କଡାକଡି କରିଛି ପୁଲିସ । ପ୍ରତି ଆମ-ବସ୍ ଚାଳକଙ୍କ ମଦ୍ୟପାନ କଡାକଡି ଭାବେ ଯାଞ୍ଚ କରୁଛି ପୁଲିସ । ବ୍ରେଥ ଆନାଲାଇଜର ଜରିଆରେ ମଦ୍ୟପାନ କରିଛନ୍ତି କି ନାହିଁ ଯାଞ୍ଚ ଚାଲିଛି । ବିଭିନ୍ନ ଥାନା ଅଞ୍ଚଳରେ କମିଶନରେଟ ପୁଲିସ ଯାଞ୍ଚ କରୁଛି ।

ଘଟଣାକୁ ପ୍ରତିବାଦ କରି ଆଜି ସ୍ମାର୍ଟସିଟି ଅଟୋ ଆସୋସିଏସନର ସଦସ୍ୟ ବିକ୍ଷୋଭ କରିଥିଲେ । ପରେ ମୁଖମନ୍ତ୍ରୀ ଘଟଣାକୁ ଗୁରୁତର ଭାବେ ନେଇ ଚାଳକ ମାନଙ୍କୁ ତାଲିମ ଦେବାପାଇଁ କଡା ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.