ରୁପାଲୀ ଛକ ଆମ-ବସ୍ ଦୁର୍ଘଟଣା: ସ୍ମାର୍ଟସିଟି ଅଟୋ ଆସୋସିଏସନର ବିକ୍ଷୋଭ

newyr25

ଭୁବନେଶ୍ବର : ରୁପାଲୀ ଛକ ଆମ-ବସ୍ ଦୁର୍ଘଟଣାରେ ଅଟୋ ଚାଳକଙ୍କ ପ୍ରତିବାଦ । ଆମ-ବସ୍ ଆଗରେ ଧୂପ ବୁଲାଇ ପ୍ରତିବାଦ କଲେ ସ୍ମାର୍ଟସିଟି ଅଟୋ ଆସୋସିଏସନର ବିକ୍ଷୋଭ । ଗତକାଲି ଭୁବନେଶ୍ବର ରୂପାଲୀ ଛକରେ ଆମ-ବସ୍ ଦୁର୍ଘଟଣାରେ ଜଣେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଛି । ଘଟଣାକୁ ପ୍ରତିବାଦ କର ରାସ୍ତାକୁ ଓହ୍ଲାଇଛି ସ୍ମାର୍ଟସିଟି ଅଟୋ ଆସୋସିଏସନର । କ୍ରୁଟ ର ଗାଡକଣ ବସ ଡିପୋ ସାମ୍ନାରେ ପ୍ରତିବାଦ କରିଛନ୍ତି ଅଟୋ ଚାଳକ । ଅନୁରୂପ ଭାବେ ଓମଫେଡ଼ ଛକରେ ମଧ୍ୟ ଆମ ବସ ଅଟକାଇ ପ୍ରତିବାଦ କରିଛନ୍ତି ଅଟୋ ଚାଳକ । ଆମ-ବସ୍ ସାମ୍ନାରେ ଧୂପ ବୁଲାଇ , ଯମ ଦେବତା ଆମ ଜୀବନ ନିଅନାହିଁ କହି ପ୍ରତିବାଦ କରିଛନ୍ତି ଅଟୋ ଚାଳକ ।

ରାଜଧାନୀରେ ଦିନକୁ ଦିନ ଆମ-ବସ୍ ଦୁର୍ଘଟଣା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଗତକାଲି ରୂପାଲୀ ଛକରେ ଆମ-ବସ୍ ଦୁର୍ଘଟଣାରେ ଜଣେ ଅଟୋ ଚାଳକଙ୍କ ମୃତ୍ୟୁ ଘଟଣା ରେ ପରିସ୍ଥିତି ଅଶାନ୍ତ ହୋଇ ପଡିଥିଲା ।

Leave A Reply

Your email address will not be published.