
ରଣପୁର : ୪/୧(ନିସର୍ତ୍ତ): ଆଜି ଉଦଘାଟନ ହେବ ରଣପୁର ମହୋତ୍ସବ “ଅର୍ଜୁନ” ୨୦୨୬ । ରଣପୁରର ଐତିହ୍ୟ, କଳା, ପରମ୍ପରାକୁ ନେଇ ଅନୁଷ୍ଠିତ ହେଉଥିବା ରଣପୁର ମହୋତ୍ସବ
‘ଅର୍ଜୁନ-୨୦୨୫’ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବାଘସାମନ୍ତ ପଡିଆରେ ସୋମବାର ଦିନ ଅନୁଷ୍ଠିତ ହେବା ପାଇଁ ଯାଉଛି | ମହୋତ୍ସବର ସଭାପତି ରଣପୁର ବିଧାୟିକା ତଥା ଓଡ଼ିଶାର ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ଯକ୍ଷତାରେ ୫ଦିନରେ ୫ଗୋଟି ବିଶିଷ୍ଟ ବ୍ୟକ୍ତିଙ୍କ ନାମରେ ନାମିତ ହେବା ପାଇଁ ରଣପୁର ମହୋତ୍ସବ “ଅର୍ଜୁନ “୨୦୨୬ ପ୍ରତେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଜାନୁୟାରୀ ୫ ତାରିଖରୁ ଆରମ୍ଭ ହୋଇ ୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏନେଇ ରଙ୍ଗୀନ ଆଲୋକରେ ସଜେଇ ହୋଇଛି ରଣପୁର। ଏଥି ସହ ୫ ଦିନିଆ ଏହି ରଣପୁର ମହୋତ୍ସବରେ ମୁକ୍ତାକାଶ ରଙ୍ଗ ମଞ୍ଚରେ ନାମିଦାମୀ କଳାକାର ନୃତ୍ୟ ପରିବେଷଣ କରିବେ । ପ୍ରତିଦିନ ସନ୍ଧ୍ୟା ୬ଟାରୁ ରାତ୍ରି ୮ଟା ୩୦ ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । ଏବଂ ରାତ୍ରି ୧୧ଟା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି l ପ୍ରଥମ ଦିନରେ କୁଇଜ ପ୍ରତିଯୋଗିତା, ଓଡିଶୀ ଏବଂ ପୁରୁଲିଆ ଛଉନୃତ୍ୟ ସହ ମେଲୋଡି କାର୍ଯ୍ୟକ୍ରମ ରହିଥିବା ନେଇ କମିଟି ତରଫରୁ ସୂଚନା ଦିଆଯାଇ ଥିବା ବେଳେ ମହୋତ୍ସବ କିଭଳି ଭାବରେ ସୁଚାର ରୂପରେ ଅନୁଷ୍ଠିତ ହେବ ସେନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି । ଚଳିତ ବର୍ଷ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ କଳାକୃତି ପର୍ଯ୍ୟଟକମାନଙ୍କୁ ବେଶ୍ ଆକୃଷ୍ଟ କରିବ ବୋଲି ଆଶା ରଖିଛି ମହୋତ୍ସବ କମିଟି । ପର୍ଯ୍ୟଟକଙ୍କ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି କମିଟିର ସଭାପତି କହିଛନ୍ତି । ଏହାକୁ ମନଭରି ଉପଭୋଗ କରିବାକୁ ପର୍ଯ୍ୟଟକମାନଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଛି ।