ଟ୍ରକ୍‌ ପଛରେ ପିଟି ହେଲା କାର୍‌: ଚାଲିଗଲା ୩ ଜୀବନ

add-all

ସମ୍ବଲପୁର: ଜାତୀୟ ରାଜପଥ କଡ଼ରେ ଛିଡ଼ା ହୋଇଥିବା ପାଉଁଶ ବୋଝଇ ଟ୍ରକ୍‌ର ପଛକୁ ଦ୍ରୁତଗାମୀ କାର୍‌ ଶକ୍ତ ଧକ୍କା ଦେଇଛି। ଫଳରେ ୩ଜଣଙ୍କର ମୃତ୍ୟୁ ଘଟିଛି। ସମ୍ବଲପୁର ସହରର ଧନୁପାଲି ଥାନା ଅଧୀନ ନକ୍ସାପାଲିରେ ଆଜି ଅପରାହଣ୍‌ରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକମାନଙ୍କର ପରିଚୟ ମିଳିପାରି ନାହିଁ।

ପୁଲିସର ସୂଚନା ଅନୁସାରେ ସମ୍ବଲପୁର ଧନୁପାଲି ଥାନା ନକ୍ସାପାଲିଠାରେ ଏହି ଦୁର୍ଘଟଣା ଘଟଛି। ଟ୍ରକରେ ପାଉଁଶ ଥିଲା। ଏହି ଟ୍ରକ୍‌ଟି ଜାତୀୟ ରାଜପଥ କଡ଼ରେ ଛିଡ଼ା ହୋଇଥିଲା। ଅପରାହ୍‌ଣ ପ୍ରାୟ ୪ଟାରେ ଏକ ଦ୍ରୁତଗାମୀ କାର ସମ୍ବଲପୁର ସହର ଭିତରୁ ମାନେଶ୍ବର ଅଭିମୁଖେ ଯାଉଥିଲା। କାରର ଚାଳକ ଭାରସାମ୍ୟ ହରାଇଥିଲେ। ସେ ଆଗରେ ଛିଡ଼ା ହୋଇଥିବା ପାଉଁଶ ବୋଝେଇ ଟ୍ରକ୍‌କୁ ଧକ୍କା ଦେଇଥିଲେ। ଫଳରେ କାରଟି ଚୁରମାର ହୋଇଯାଇଥିଲା। କାର ଭିତରେ ଥିବା ଲୋକମାନେ ଚାପି ହୋଇଯାଇଥିଲେ।

ସ୍ଥାନୀୟ ଲୋକଙ୍କର ସୂଚନା କ୍ରମେ, ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଲୋକଙ୍କର ସହାୟତାରେ ମୃତାହତମାନଙ୍କୁ କାର ଭିତରୁ ଉଦ୍ଧାର କରିଥିଲା। ୨ଜଣଙ୍କର ମୃତହେଦ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା। ଗୁରୁତର ବ୍ୟକ୍ତିଙ୍କୁ ବୁର୍ଲା ବଡ଼ଡ଼ାକ୍ତରଖାନା ପଠାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାଗ୍ରସ୍ତ କାରର ନମ୍ବର ରାଉରକେଲାର। ବୋଧେ ଏମାନେ ସମସ୍ତେ ରାଉରକେଲା ଅଥବା ସୁନ୍ଦରଗଡ଼ ଜିଲ୍ଲା ନିବାସୀ ହୋଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି।l ଘଟଣାର ତଦନ୍ତ ପରେ ସବୁ କଥା ଜଣାପଡ଼ିବ। 

ad-week
Leave A Reply

Your email address will not be published.