ସଂଘବଦ୍ଧ ଆକ୍ରମଣରେ ଜଣେ ମୃତ ଓ ୨ ଗୁରୁତର

newyr25

କେନ୍ଦ୍ରାପଡା : ପାରିବାରିକ କଳହର କରୁଣ ପରିଣତି ।  ସଂଘବଦ୍ଧ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଓ ଦୁଇ ଗୁରୁତର ।  ଗୁରୁତରମାନେ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି ଅଛନ୍ତି ।  କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ନରିଲୋ ଗାଁରେ ଅଘଟଣ  l  ଦାଦାର ଶାବଳ ମାଡରେ ଘରର ଏକମାତ୍ର ପୁଅ ଉପେନ୍ଦ୍ର ଓଝାର ମୃତ  l  ଅନ୍ୟ ଦୁଇଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି  l  ଜମିବାଡି ବିବାଦରୁ ଏହି ମଡର ଘଟିଥିବା ଜଣାପଡିଛି  l ସଂଘବଦ୍ଧ ଆକ୍ରମଣରେ ମୃତ୍ୟୁ ସମୟ ଭିଡିଓ ସି ସି ଟିଭିରେ ଗଣ୍ଡଗୋଳ ଭିଡିଓ କଏଦ ହୋଇଛି ।

ସୂଚନା ଅନୁଯାୟୀ,  ପୂର୍ବରୁ ଥିବା ଏକ ଜମିବାଡି ବିବାଦକୁ କେନ୍ଦ୍ର କରି ଶନିବାର ସନ୍ଧ୍ୟାରେ ରାଜକିଶୋର ଓଝା ତାଙ୍କ ପୁତୁରା ଉପେନ୍ଦ୍ର ସହିତ ଝଗଡ଼ା କରିଥିଲେ  l  ଥାନାରେ ଉଭୟ ପକ୍ଷରୁ ଏତଲା ହୋଇଥିଲା । ଗ୍ରାମର ଭଦ୍ରଲୋକମାନେ ଉଭୟ ପକ୍ଷଙ୍କୁ ଥାନାରୁ ନେଇ ଗାଁରେ ଆପୋଷ ଫଇସଲା କରିବା ପାଇଁ ସଭା କରିଥିଲେ ।  କିନ୍ତୁ ଗୋଟିଏ ପକ୍ଷ ନିଷ୍ପତ୍ତି ନମାନି ନିଷାପରୁ ଉଠି ପଳାଇଥିଲେ ।  ଯୋଜନା ଅନୁସାରେ ବାଟରେ ମାରଣାସ୍ତ୍ର ଧରି ଛକି ରହିଥିଲେ ।

ଅନ୍ୟ ପକ୍ଷ ଘରକୁ ଯିବା ସମୟରେ ଅଚାନକ ଆକ୍ରମଣ କରିଥିଲେ ଆକ୍ରମଣ ରେ ଉପେନ୍ଦ୍ରଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି  l  ଆକ୍ରମଣ କାରି ରାଜକିଶୋର, ତାଙ୍କ ସ୍ତ୍ରୀ ଓ ପୁଅ ସଂଘବଦ୍ଧ ଭାବେ ଉପେନ୍ଦ୍ରଙ୍କୁ ବିଭିନ୍ନ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ l  ଦାଦା ରାଜକିଶୋରଙ୍କ ମାରଣାସ୍ତ୍ର ମାଡରେ ପୁତୁରା ଉପେନ୍ଦ୍ର, ତାଙ୍କ ମା ସଂଯୁକ୍ତା ଓ ବାପା ସରୋଜକାନ୍ତ ଗୁରୁତର ଭାବେ ଆହତ ହୋଇ ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ l ତେବେ ବିଳମ୍ବିତ ରାତିରେ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଉପେନ୍ଦ୍ରଙ୍କ ମୃତ୍ୟୁ ଘଟିଛି   l ମୃତ ଉପେନ୍ଦ୍ରଙ୍କର ସ୍ତ୍ରୀ ଓ ବର୍ଷକର ଏକ ଝିଅ ଅଛନ୍ତି  l  ପୋଲିସ ଅଭିଯୁକ୍ତ ଦାଦା ରାଜକିଶୋରଙ୍କ ପୁଅ ଉମାକାନ୍ତଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି l

Leave A Reply

Your email address will not be published.