
ଗଜପତି: ଜଳପ୍ରପାତରେ ବୁଡ଼ିଗଲେ ଯୁବକ। ୧୮ ଘଣ୍ଟା ପରେ ମୃତଦେହ ଉଦ୍ଧାର। ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ମାଙ୍କଡ଼ଡ଼ିଆଁ ଜଳପ୍ରପାତରେ ଅଘଟଣ ଘଟିଛି । ମୃତକ ହେଲେ ପାରଳାଖେମୁଣ୍ଡିର ସତୀଶ । ଗତକାଲି କିଛି ଯୁବକ ମିଶି ପିକନିକ୍ କରିବାକୁ ଆସିଥିଲେ । ସାଙ୍ଗମାନଙ୍କ ସହ ଜଳପ୍ରପାତରେ ଗାଧୋଇବାବେଳେ ବୁଡିଯାଇଥିଲେ ସତୀଶ । ବହୁ ଖୋଜାଖୋଜି କରିବା ପରେ କୌଣସି ପତ୍ତା ମିଳିନଥିଲା। ଆଜି ମୃତଦେହ ଉଦ୍ଧାର କରିଛି ଅଗ୍ନିଶମବାହିନୀ।