ନୟାଗଡ଼ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ

add-all

ନୟାଗଡ଼ : ଆଜି ପୂର୍ବାହ୍ନ ୧୧ଘଟିକା ସମୟରେ ନୟାଗଡ଼ରେ ନୂତନ ଜିଲ୍ଲାପାଳ ଭାବେ ଶ୍ରୀମତୀ ମଧୁମିତା ରଥ ଯୋଗଦାନ କରିଛନ୍ତି। ତାଙ୍କୁ ସ୍ବାଗତ କରିଛନ୍ତି ଜିଲ୍ଲାପରିଷଦ ସଭାପତି ଇଁ.ଦେବାଶିଷ ପଟ୍ଟନାୟକ, ମୂଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ୍ ରାଉତ ଓ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର। ଏହା ପୂର୍ବରୁ ଶ୍ରୀମତୀ ରଥ ଓଡ଼ିଶା ସରକାରଙ୍କର ସ୍କୁଲ ଓ ଗଣଶିକ୍ଷା ବିଭାଗରେ ପ୍ରମୁଖ ସଚିବ ଭାବରେ କାର୍ଯ୍ଯ କରୁଥିଲେ।

ଶ୍ରୀମତୀ ରଥ ପୂର୍ବତନ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଥିଲେ। ସେ କାର୍ଯ୍ୟଦକ୍ଷତାର ସହ ନୟାଗଡ଼ ଜିଲ୍ଳାର ଜନ ସାଧାରଣଙ୍କ ପାଇଁ କାର୍ଯ୍ୟ କରିବେ ବୋଲି ଗଣମାଧ୍ୟମକୁ ମତବ୍ୟକ୍ତ କରିଥିଲେ।

ad-week
Leave A Reply

Your email address will not be published.