ମହିଳା ବିଡିଓଙ୍କୁ ଆକ୍ରମଣ ପ୍ରତିବାଦରେ ବ୍ଲକ ଅଫିସରେ ତାଲା ପକାଇ ରାଜନଗର ସରପଞ୍ଚ ସଂଘ

add-all

ରାଜନଗର : ରାଜନଗରରେ ମହିଳା ବିଡିଓଙ୍କୁ ଆକ୍ରମଣ ଘଟଣାରେ ତେଜିଲା ବିବାଦ ।  ଆକ୍ରମଣର ୪ଦିନ ପରେ ବି ଅଭିଯୁକ୍ତଙ୍କ ବିରୋଧରେ ହୋଇନାହିଁ କୌଣସି କାର୍ଯ୍ୟାନୁଷ୍ଠାନ ।  ଏହାର ପ୍ରତିବାଦରେ ଆଜି ବ୍ଲକ ଅଫିସରେ ତାଲା ପକାଇ କାର୍ଯ୍ୟବନ୍ଦ କରିଛି ରାଜନଗର ସରପଞ୍ଚ ସଂଘ ।  ବ୍ଲକ ଅଫିସରେ ତାଲାପଡ଼ିବା ଫଳରେ ସରକାରୀ କାର୍ଯ୍ୟ ସଂପୂର୍ଣ୍ଣ ଠପ ହୋଇଯାଇଛି । ଗତ ଶୁକ୍ରବାର ଦିନ ମହିଳା ବିଡ଼ିଓ ତିଳୋତ୍ତମା ପୃଷ୍ଟିଙ୍କ ଉପରେ ବିଜେପି ନେତା ଲଳିତ ବେହରା ଓ ତାଙ୍କ ସମର୍ଥକ ସଂଘବଦ୍ଧ ଆକ୍ରମଣ କରିଥିଲେ ।

ଏହାର ସିସିଟିଭି ଭିଡ଼ିଓ ଲୋକ ଲୋଚନ କୁ ଆସିବା ପରେ ଆରମ୍ଭ ହୋଇଥିଲା ପ୍ରତିବାଦ। ଘଟଣା ପରଠାରୁ ବିଡିଓ ଛୁଟିରେ ରହିଛନ୍ତି। ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସରପଞ୍ଚ ସଂଘ ସଭାପତି ଚେତାବନୀ ଦେଇଛନ୍ତି। ସେପଟେ ଜିଲ୍ଲା ଓଏଏସ ସଂଘ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଭେଟି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଏତଲା ଆଧାରରେ ପୋଲିସ ତଦନ୍ତ କରି ଆବଶ୍ୟକ ନିଷ୍ପତ୍ତି ନେବ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ।

ad-week
Leave A Reply

Your email address will not be published.