ଭିଜିଲାନ୍ସ ଜାଲରେ ଦୁଇ ଲାଞ୍ଚୁଆ ଅଧିକାରୀ

newyr25

ଭୁବନେଶ୍ୱର: ମୟୂରଭଞ୍ଜ ଜିଲା ଉଦଳା ଉଠା ଜଳସେଚନ ବିଭାଗର ଦୁଇ ଅଧିକାରୀ ଶ୍ରୀ ହରେକୃଷ୍ଣ ସିଂହ ଏବଂ ଶ୍ରୀ ସୁବ୍ରତ ମହାନ୍ତିଙ୍କୁ ଧରିଛି ଭିଜିଲାନ୍ସ ଟିମ୍‌ । ଠିକାଦାରଙ୍କ ଠାରୁ ତାଙ୍କର ବାକି ବିଲ୍‌ ପରିଶୋଧ କରିବା ପାଇଁ ୬୦ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରାଯାଇଛି ।

ସହକାରୀ ନିର୍ବାହ ଯନ୍ତ୍ରୀ ହରେକୃଷ୍ଣ ସିଂହ ୩୨ହଜାର ଲାଞ୍ଚ ଏବଂ ଜୁନିଅର ଇଞ୍ଜିନିୟର ସୁବ୍ରତ ମହାନ୍ତି ୨୮ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଖବର ପାଇ ଆଜି ମାଡି ବସିଥିଲା ଭିଜିଲାନ୍ସ । ସଂପୃକ୍ତ ଠିକାଦାର ୨୫ଲକ୍ଷ ଟଙ୍କା ପ୍ରକଳ୍ପ ସମାପ୍ତ କରିଥିଲେ, କିନ୍ତୁ ସହକାରୀ ନିର୍ବାହ ଯନ୍ତ୍ରୀ ଓ ଜୁନିଅର ଇଞ୍ଜିନିୟର ପ୍ରାୟ ୫ଲକ୍ଷ ଟଙ୍କା ବିଲ୍‌ ଅଟକାଇଥିଲେ । ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ଠିକାଦାର ଜଣଙ୍କ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚିଥିଲେ । ଯାହା ଫଳରେ ଆଜି ଲାଞ୍ଚ ଟଙ୍କା ନେଉଥିବା ବେଳେ ଦୁଇ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ହରେକୃଷ୍ଣ ସିଂହଙ୍କ ଦୁଇଟି ଠିକଣା ଏବଂ ସୁବ୍ରତ ମହାନ୍ତିଙ୍କ ୩ଟି ଠିକଣାରେ ଚଢାଉ କରିଛି ଭିଜିଲାନ୍ସ ।

Leave A Reply

Your email address will not be published.