ପ୍ରମିଳା ମଲ୍ଲିକଙ୍କ ଘରେ ତୁଙ୍ଗ ବିଜେଡି ନେତାଙ୍କ ବୈଠକ

newyr25

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଘରେ ଯାଜପୁରର ତୁଙ୍ଗ ନେତା ଓ ନେତ୍ରୀଙ୍କକୁ ନେଇ ଏକ ବଡ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହାକୁ ନେଇ ପ୍ରମିଳା କହିଛନ୍ତି କୌଣସି ମେଳି ନୁହେଁ ଜିଲ୍ଲା ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ହୋଇଛି । ଜିଲାରେ କିଭଳି ସଂଗଠନ ଆଗକୁ ବଢିବ, ଜିଲା ସଭାପତି କିଏ ହେବ, ଯୁବ ସଭାପତି କିଏ ହେବ, ଛାତ୍ର ସଭାପତି କିଏ ହେବ ଏବଂ ଜିଲା କମିଟିରେ କିଏ କିଏ ରହିବେ ତାହା ଉପରେ ଆଲୋଚନା ହୋଇଛି । ମେଳିକୁ ସିଧାସଳଖ ଖଣ୍ଡନ କରିଛନ୍ତି ପ୍ରମିଳା ମଲ୍ଲିକ । ଗତକାଲି କୋରେଇରେ ବବି ଦାସ କହିଥିଲେ ଯେ ଆମ ଭିତରେ କିଛି ମନ ମାଳିନ୍ୟ ରହୁଛି । ଏହା ପରେ ପ୍ରମିଳାଙ୍କ ଘରେ ବୈଠକକୁ ନେଇ ଆଲୋଚନା ଜୋର ଧରିଥିଲା ଯେ ଯାଜପୁର ବିଜେଡି ରାଜନୀତି କିଛି ଠିକ୍‌ ନାହିଁ ।

ସେହିପରି ବୈଠକ ପରେ ଡାନି କହିଛନ୍ତି ନୂଆବର୍ଷର ସମୟ, ସମସ୍ତେ ଏକାଠି ହୋଇ ଜିଲାରେ ସଂଗଠନ କିଭଳି ମଜବୁତ ହେବ, କିପରି ଦଳ ଆଗକୁ ବଢିବ, ନବୀନଙ୍କ ହାତକୁ ଆହୁରି ମଜବୁତ କରିବାକୁ ଆଲୋଚନା କରିଛୁ ।

Leave A Reply

Your email address will not be published.