
ଭୁବନେଶ୍ୱର: ସରକାରଙ୍କ ସହ ମିଲର୍ସ ଆସୋସିଏସନର ବୈଠକ ବିଫଳ ହୋଇଛି । ଫଳରେ ଜାରି ରହିବ ମିଲର୍ସ ଆସୋସିଏସନ୍ ଆନ୍ଦୋଳନ । ଅଲ୍ ଓଡିଶା ରାଇସ ମିଲର୍ସ ଆସୋସିଏସନ୍ ସଭାପତି, ସମ୍ପାଦକ ସୂଚନା ଦେଇ କହିଛନ୍ତି ଯେ ସରକାର ଆମର ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ନଦେବା ଯାଏଁ ଆନ୍ଦୋଳନ କରିବୁ’ । ରାଜ୍ୟର ସବୁ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ବନ୍ଦ ରଖିବୁ ।
ଆଜି ବିଭିନ୍ନ ଦାବି ନେଇ ଯୋଗାଣ ବିଭାଗ ଏମଡିଙ୍କ ସହ ବୈଠକ ବସିଥିଲା । ମିଲର୍ସମାନଙ୍କ ସହ ଆଲୋଚନା ପରେ ଯୋଗାଣ ବିଭାଗ କହିଛି ଗତକାଲି ମନ୍ତ୍ରୀଙ୍କ ସହ ମିଲର୍ସଙ୍କର ଆଲୋଚନା ହୋଇଥିଲା । ମିଲର୍ସଙ୍କ ଦାବି ପୂରଣ ନେଇ ବିଭାଗ ସଚେତନ ଅଛି, ମିଲର୍ସଙ୍କୁ ସମୟ ମଗାଯାଇଛି । ଦାବି ପୂରଣ କରାଯିବ, ‘ଧାନ ସଂଗ୍ରହ ପ୍ରକ୍ରିୟା ଯେପରି ପ୍ରଭାବିତ ନ ହେବ ବିଭାଗ ତତ୍ପର ଅଛି ।