
ବ୍ରହ୍ମପୁର, ଜାନୁଆରୀ : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ତରଫରୁ ଏହାର ସ୍ଥାପନା ଦିବସ ଓ ବାର୍ଷିକ କର୍ମଚାରୀ ମେଳା – ଉଲ୍ଲାସ ୨୦୨୬ ପାଳନ କରାଯାଇଛି। କମ୍ପାନୀ ପକ୍ଷରୁ ଆୟୋଜିତ ଏହି ବାର୍ଷିକ ଉତ୍ସବରେ ସମସ୍ତ କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗ ଉତ୍ସାହ, ଆନନ୍ଦ ଓ ଏକତାର ଭାବନା ନେଇ ସାମିଲ ହୋଇଥିଲେ।
ଟିପିଏସ୍ଓଡିଏଲ୍ ତରଫରୁ ଏହି ଉତ୍ସବ ବ୍ରହ୍ମପୁରଠାରେ କର୍ପୋରେଟ ଅଫିସ, ସିଟି ସର୍କଲ, ବ୍ରହ୍ମପୁର ସର୍କଲ ଓ ଆସିକା ସର୍କଲର କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ନେଇ ଆୟୋଜିତ ହୋଇଥିଲା। ସେହିପରି ରାୟଗଡ଼ା ସର୍କଲ, ଭଞ୍ଜନଗର ସର୍କଲ ଏବଂ ଜୟପୁର ସର୍କଲର କର୍ମଚାରୀମାନଙ୍କୁ ନେଇ ବିଭିନ୍ନ ସ୍ଥାନରେ ଉଲ୍ଲାସ -୨୦୨୬ ପାଳନ କରାଯାଇଛି। ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କର୍ପୋରେଟ ଅଫିସ, ସିଟି ସର୍କଲ, ବ୍ରହ୍ମପୁର ସର୍କଲ ଓ ଆସିକା ସର୍କଲକୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ଉପସ୍ଥିତ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କ ସହ ଏଥିରେ ସାମିଲ ହୋଇଥିଲେ।
ଚଳିତବର୍ଷ ଏହି ଉତ୍ସବର ବିଷୟବସ୍ତୁ ରହିଥିଲା “ସଂସ୍କୃତିର ତରଙ୍ଗ”(ୱେଭ୍ ଅଫ୍ କଲଚର) । ଯେଉଁଥିରେ ଭାରତର ସମୃଦ୍ଧ ଏବଂ ବିବିଧତାରେ ପରିପୂର୍ଣ୍ଣ ସଂସ୍କୃତି ଓ ଐତିହ୍ୟକୁ ପ୍ରଦର୍ଶିତ କରାଯାଇଥିଲା। ବିଭିନ୍ନ ସ୍ଥାନରେ ବହୁ ଆଡ଼ମ୍ବରେ ବହୁ କାର୍ଯ୍ୟକ୍ରମମାନ ଏହି ଅବସରରେ ଆୟୋଜିତ ହୋଇଥିଲା। ନବୀକରଣ ଯୋଗ୍ୟ ଶକ୍ତି ଏବଂ ଶକ୍ତି ସଂରକ୍ଷଣକୁ ନେଇ ବିଶେଷ କାର୍ଯ୍ୟକ୍ରମମାନ ମଧ୍ୟ ଆୟୋଜିତ ହୋଇଥିଲା।
ବିଶେଷଭାବେ ଓଡ଼ିଶାର ମହାନ ସାଂସ୍କୃତିକ ପରମ୍ପରା ତଥା ଓଡ଼ିଶୀ ନୃତ୍ୟ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହୋଇଥିଲା। ଯାହା ଏହି ଉତ୍ସବକୁ ଆହୁରି ମନୋରମ କରିଥିଲା।
ଏହି ଅବସରରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ଆମ କର୍ମଚାରୀମାନେ ହେଉଛନ୍ତି ଟିପିଏସ୍ଓଡିଏଲର ପ୍ରମୁଖ ଶକ୍ତି। ଆମ ସଂସ୍କୃତି ଓ ପରସ୍ପର ପ୍ରତି ଥିବା ସମ୍ମାନର ପ୍ରତିଫଳନ ହେଉଛି ଉଲ୍ଲାସ। ଟିପିଏସ୍ଓଡିଏଲ୍ ତାର ଏହି ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଯାତ୍ରାରେ ପାଞ୍ଚ ବର୍ଷ ପୂରଣ କରିଛି। ଏହି ଅବସରରେ ଆମେ ସଭିଏଁ ଏକାଠି ହୋଇ ଭରସାଯୋଗ୍ୟ ଏବଂ ସ୍ଥାୟୀ ବିଜୁଳି ଶକ୍ତି ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ” ।
ଉଲ୍ଲାସ -୨୦୨୬ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଖେଳ ଏବଂ ବହୁ ଆମୋଦ ପ୍ରଦାୟକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବ ଟିପିଏସ୍ଓଡିଏଲର କର୍ମଚାରୀମାନଙ୍କ ମଧ୍ୟରେ ଥିବା ବନ୍ଧନକୁ ସୁଦୃଢ଼ କରିବା ସହ ସେମାନଙ୍କ ପରିବାରବର୍ଗଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିବ।