ରାଜକବି ରାଧାମୋହନ ବିଦ୍ୟାପୀଠରେ ବାର୍ଷିକ ଉତ୍ସବ

add-all

ଚିକିଟି : ଆଜି ଚିକିଟି ରାଜ କବି ରାଧାମୋହନ ବିଦ୍ୟାପୀଠ ରେ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ସାଂସଦ ପ୍ରତିନିଧି ଶ୍ରୀମତୀ ମିନା କୁମାରୀ ଦ୍ୟାନସାମନ୍ତରା,ମୁଖ୍ୟ ବକ୍ତା ଇ.ଦୁର୍ଗା ପ୍ରସାଦ ପାଣିଗ୍ରାହି,ସମ୍ମାନନୀୟ ଅତିଥି ଭାବରେ ଶ୍ରୀ ଡ.ନାଗେଶ୍ଵର ରାଓ ସୁବୁଦ୍ଧି,ପନ୍ନଙ୍ଗ ଭୂଷଣ ମାଝୀ, ସୁନୀ ଲ କୁମାର ପଣ୍ଡା,ପୂର୍ବତନ ଉପଗୋଷ୍ଠୀ ଶିକ୍ଷାଧିକାରୀନିଗମାନନ୍ଦ ପଣ୍ଡା ଯୋଗ ପ୍ରଦାନ କରି ,ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ।ସଂସ୍କୃତ ଶିକ୍ଷକ ତ୍ରିପତି ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ।

ପ୍ରଧାନ ଶିକ୍ଷକଙ୍କ ଦ୍ଵାରା ବାର୍ଷିକ ବିବରଣୀ ପାଠ କରାଯାଇଥିଲା। କୁନି କୁନି ଛାତ୍ରଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରା ଯାଇଥିଲା।ଶିକ୍ଷକ ଲବ ସାହୁ ଏହି ଗୀତ ରଚନା କରିଥିଲେ। ଅତିଥିଙ୍କ ଦ୍ଵାରା ଛାତ୍ରଙ୍କ ପାଇଁ ବହୁତ ଉପଦେଶାତ୍ମକ ଭାଷଣ ମାଧ୍ୟମରେ ପ୍ରଦାନ କରିଥିଲେ।ଯାହା ତାଙ୍କରି ଭବିଷ୍ୟତ ଜୀବନ ଗଠନରେ ବହୁତ ସହାୟକ ଦେବ। ଶ୍ରୀମତୀ ପିଲାମାନଙ୍କୁ ନିଜ ପାଖରେ ପାଇ ବହୁତ ଖୁସି ହେବା ସହ ବଡ଼ମଣିଷ ହେବାରେ ଉପଦେଶ ପ୍ରଦାନ କରିଥିଲେ।ରାଜନୀତି ଠାରୁ ଦୂରେଇ ରହିବାକୁ କହିଥିଲେ।ଶେଷରେ ଛାତ୍ର ମାନଂକୁ ପୁରସ୍କାର ବିତରଣ କରାଯାଇଥିଲା | ଛାତ୍ରମାନଙ୍କ ଦ୍ୱାରା ନାଚ, ନାଟକ ପରିବେଷଣ କରିଥିଲେ. ଶିକ୍ଷକ ସୁଧୀର ପ୍ରଧାନ ଧନ୍ୟବାଦ ଦେଇଥିଲେ |

ad-week
Leave A Reply

Your email address will not be published.