କୁଆଖାଇରେ ବୁଡ଼ି ୨ ଛାତ୍ର ମୃତ

newyr25

ଭୁବନେଶ୍ୱର: କୁଆଖାଇରେ ବୁଡି ଦୁଇ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି ।ମଙ୍ଗଳବାରରେ ବଣଭୋଜି କରୁଥିବା ବେଳେ ଏହି ଦୁଇ ଛାତ୍ର ନଈରେ ଗାଧୋଉଥିବା ବେଳେ ବୁଡିଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ପକ୍ଷରୁ ଏମାନଙ୍କୁ ଖୋଜାଖୋଜି କରିଥିଲେ । ସନ୍ଧ୍ୟା ସମୟରେ ଏହି ଦୁଇ ଛାତ୍ରଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ୍‌ ହସ୍‌ପିଟାଲ୍‌କୁ ନିଆଯାଇଥିଲା । ସେଠାରେ ଡାକ୍ତର ଏମାନଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଦୁଇ ଛାତ୍ର ଏକ ଘରୋଇ ଇନ୍‌ଷ୍ଟିଟ୍ୟୁଟ୍‌ରେ ପାଠ ପଢୁଥିଲେ । ଏମାନଙ୍କ ନାଁ ପଙ୍କଜ ସାହୁ ଓ ପ୍ରତୀକ ପାଲୁର ବୋଲି ଜଣା ପଡିଛି ।

Leave A Reply

Your email address will not be published.