ଆଖୁ କ୍ଷେତରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର କ୍ଷତିଗ୍ରସ୍ତ ହେଲେ ଚାଷୀ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ପଂଚାୟତ ର ଏମଭି-୩୧ ଗ୍ରାମର ପ୍ରତାପ ବିଶ୍ୱାସଙ୍କ ଚାଷ ଜମିରେ ସେ ଆଖୁ ଚାଷ କରିଥିବା ବେଳେ ଅଚାନକ ଲାଗିଲା ନିଆଁ, ଚାଷୀ କ୍ଷତିଗ୍ରସ୍ତ ହେବା ସହ କ୍ଷତିପୂରଣ ନିମନ୍ତେ ପ୍ରଶାସନ ନିକଟରେ କଲେ ନିବେଦନ। ମିଳିଥିବା ସୂଚନାନୁଯାୟୀ ଚାଷୀମାନଙ୍କ ଧାନ ଫସଲ ଅମଳ ହେବା ପରେ ସମ୍ପୂର୍ଣ କ୍ଷେତ କୁ ପୁଣି ନିଆଁ ଲଗାଇ ସଫା କରୁଛନ୍ତି। ତେବେ ସବୁଦିନ ପରି ଆଜି ମଧ୍ୟ ପ୍ରତାପ ଙ୍କ ନିକଟସ୍ଥ ଚାଷ ଜମିରେ ଏପରି ନିଆଁ ଲଗାଯାଇଥିବା ବେଳେ ତାହା କିପରି ମାଡି ପ୍ରତାପଙ୍କ ଆଖୁ କ୍ଷେତ ଆଡକୁ ନିଆଁ ମାଡି ଯାଇଥିଲା। ଆଜି ମଧ୍ୟାହ୍ନ ସମୟରେ ଏପରି ଅଘଟଣ ଘଟିବା ଶୁଣି ସଙ୍ଗେ ସଙ୍ଗେ ପ୍ରତାପ ନିଜ ଜମିକୁ ଯାଇ ଦେଖିଲା ବେଳକୁ ସମ୍ପୂର୍ଣ୍ଣ କ୍ଷେତ ଜଳିପୋଡି ପାଉଁଶ ହୋଇ ଯାଇଥିଲା। ପରେ ସେ କୋରୁକୋଣ୍ଡା ସଦର ସ୍ଥିତ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ନିଜର ଟିମ ସହ ସେଠାରେ ପହଂଚି ନିଜର କାର୍ଯ୍ୟ ଆରମ୍ଭ କରିଥିଲା। ତେବେ ଜମିକୁ ଯିବା ବାଟରେ ଏକ ଛୋଟିଆ କେନାଲ ରହିଥିବା ହେତୁ ଦମକଳ ବାହିନୀ ର ଗାଡି ଘଟଣା ସ୍ଥଳରେ ପହଞ୍ଚିବା ପାଇଁ ଅସମର୍ଥ ହୋଇଥିଲା। ଟିମ ପହଞ୍ଚି ଅଳ୍ପ ନିଆଁ କୁ ଆୟତ୍ତ କରିଥିବା ବେଳେ ପରେ ସମ୍ପୂର୍ଣ୍ଣ ରିପୋର୍ଟ ପ୍ରଦାନ କରାଯିବ ବୋଲି କୋରୁକୋଣ୍ଡା ଅଗ୍ନିଶମ ଅଧିକାରୀ ସୁନୀଲ ନାୟକ ସୂଚନା ଦେଇଛନ୍ତି। କ୍ଷତିଗ୍ରସ୍ତ ଚାଷୀ ନିଜର ଗୋଟିଏ ଏକର ଆଖୁ କ୍ଷେତରେ ୧ ଲକ୍ଷ ୧୦ ହଜାର ଟଙ୍କା ଖର୍ଚ୍ଚ କରିଥିବା ବେଳେ କିପରି ସେ କ୍ଷତିପୂରଣ ବାବଦକୁ ଆର୍ଥିକ ସହାୟତା ପାଇବେ ସେ ନେଇ ପ୍ରଶାସନ ନିକଟରେ ସେ ନିବେଦନ କରିଛନ୍ତି।

ad-week
Leave A Reply

Your email address will not be published.