
ସୁନ୍ଦରଗଡ : ଆଜି ପି.ଏମ୍ ଶ୍ରୀ ଭବାନୀ ଶଙ୍କର ଉଚ୍ଚ ବିଦ୍ୟାଳୟରେ ପ୍ରଥମ ପି. ଏମ୍ ଶ୍ରୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ ପୌରପାଳିକାର ପୌରଧ୍ୟକ୍ଷା ତନୟା ମିଶ୍ର ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସାରଙ୍ଗଧର ବରିହା ଓ ସଦାନନ୍ଦ ପଧାନ ତଥା ବିଦ୍ୟାଳୟର ପଞ୍ଚସଖାସସେତୁ ବେଣୁମାଧବ ତ୍ରିପାଠୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସଂଯୁକ୍ତା ବାରିକ ଉପସ୍ଥିତ ଥିଲେ। ଏହା ସହିତ ସୁନ୍ଦରଗଡର ବହୁ ବିଶିଷ୍ଟ ବ୍ୟକ୍ତି ତଥା ପୁରାତନ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଏହି ଉତ୍ସବକୁ ସମ୍ପୂର୍ଣ୍ଣ ଉପଭୋଗ କରିବା ସହିତ ବିଦ୍ୟାଳୟ ସହିତ ଜଡିତ ହୋଇ ରହିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ଉନ୍ନତି କଳ୍ପେ ଅନୁଷ୍ଠିତ ତିନୋଟି ପାଭିଲିଆନ , ଆକାଂକ୍ଷୀ ମେଳା, ଇନସ୍ପାଇରିଂ ଓଡ଼ିଶା ୨୦୩୬, ଆକାଂକ୍ଷୀ ଛାତ୍ର ପରିଷଦ ଓ ଟ୍ୟାଲେଣ୍ଟ ଗ୍ୟାଲେରୀ ଯଥା ସାହିତ୍ୟ ସୃଜନୀ, ଜିଜ୍ଞାସା, କୌଶଳୀ, ଚିତ୍ରାଙ୍କନ, ଦୋକାନ ଯାତ୍ରା, ପି.ଏମ୍ ଶ୍ରୀ ବିଜନେସ ସମିଟରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀଙ୍କ ତତ୍ତ୍ଵାବଧାନରେ ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଏହା ସହିତ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ, ସଙ୍ଗୀତ ଓ ନାଟକ ଉପସ୍ଥିତ ସମସ୍ତ ବ୍ୟକ୍ତିଙ୍କ ମନ ମୋହି ନେଇଥିଲା। ଶ୍ରେଷ୍ଠ ବିବେଚିତ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୀର ବିକ୍ରମ ସିଂହ ଦେଓଙ୍କ ଅଧ୍ୟକ୍ଷତାରେ ସୁଚାରୁ ରୂପେ ସମ୍ପାଦନ ହୋଇଥିଲା। ଶିକ୍ଷୟିତ୍ରୀ ସ୍ୱାଗତିକା ପଣ୍ଡା, ସୁଜାତା ପଟେଲ, ଶ୍ୟାମା ପଟେଲଙ୍କ ମଞ୍ଚପରିଚାଳନା ସଫଳ ଭାବରେ କରିଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ସୁସ୍ମିତା ଯୋଷୀ ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଠ ଶିକ୍ଷକଶିକ୍ଷୟିତ୍ରୀ ପ୍ୟାରୀ ମୋହନ ନାଏକ, ସୁଚେତା ପାଣିଗ୍ରାହୀ, ପଦ୍ମଲୋଚନ ରାଉଡିଆ, ଅଫତାବ ଆଲମ୍ ଖାନ, ଦେବେନ୍ଦ୍ର ଭୈଶାଲ, ବିଧୁଭୂଷଣ ନାଏକ ଓ ଅନିତା ଦାସ କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ।