
ତେଲେଙ୍ଗାନା : ତେଲେଙ୍ଗାନାର ରଙ୍ଗାରେଡ୍ଡୀ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଚାରି ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମିର୍ଜାଗୁଡ଼ାରେ ଏକ SUV ଗଛରେ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଧକ୍କା ହେବା ମାତ୍ରେ କାର୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ମୃତକଙ୍କ ପରିଚୟ ସ୍ପଷ୍ଟ କରିଛି ପୋଲିସ ।
ମୃତକ ହେଲେ ୨୦ ବର୍ଷୀୟ ବିବିଏ ଛାତ୍ର ସୁମିତ, ନିଖିଲ(୨୦), ରୋହିତ(୧୮) ସମେତ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କର ମଧ୍ୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । କିନ୍ତୁ ଜଣଙ୍କର ଜୀବନ ରକ୍ଷା ପାଇଥିବା ସୂଚନା ମିଳିଛି । ତୁରନ୍ତ ତାଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଅନ୍ୟପଟେ ଚାରିଟି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ବୋଲି ପୋଲିସ ସୂଚନା ଦେଇଛି । ପୋଷ୍ଟମର୍ଟମ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ । ଏଥିସହ ମୃତକଙ୍କ ପରିବାରକୁ ଦୁର୍ଘଟଣା ବିଷୟରେ ମଧ୍ୟ ସୂଚନା ଦିଆଯାଇଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି ।