୧୦୦୦ ଲିଟର ମେଣ୍ଢା ଓ ଛେଳି ରକ୍ତ ଜବତ, ଅବୈଧ କ୍ଲିନିକାଲ ଟ୍ରାଏଲ ପାଇଁ ପଠାଯାଉଥିଲା

newyr25

ହାଇଦ୍ରାବାଦ : ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଅଜବ ଘଟଣା । ନୀରିହ ଜୀବଜନ୍ତୁଙ୍କ ରକ୍ତ ଅବୈଧ ଭାବେ କାରବାର ହେଉଥିବା ଖବର ମିଳିଛି । ଫଳରେ ଡ୍ରଗ କଣ୍ଟ୍ରୋଲ ଏବଂ ହାଇଦ୍ରାବାଦ ସିଟି ପୋଲିସ ବିପୁଳ ମାତ୍ରାରେ ମେଣ୍ଢା ଏବଂ ଛେଳି ରକ୍ତ ଜବତ କରିଛି । ଏଭଳି କାର୍ଯ୍ୟାନୁଷ୍ଠାନ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

ଖବର ମୁତାବକ, କୋଚଗେଡୁ ସ୍ଥିତ ସିଏନକେ ଇମ୍ପୋର୍ଟ ଆଣ୍ଡ ଏକ୍ସପୋର୍ଟ ନାମ ଫର୍ମରେ ଅବୈଧ ଭାବେ ଜୀବଜନ୍ତୁଙ୍କ ରକ୍ତ ଏକାଠି କରାଯାଉଥିଲା । ପୋଲିସ ଏହା ଜାଣିବା ପରେ ଚଢାଉ କରି ଯାହା ଦେଖିଥିଲା, ଆଶ୍ଚର୍ଯ୍ୟ ହୋଇଯାଇଥିଲା । ବହୁ ମାତ୍ରାରେ ସଂରକ୍ଷିତ ରକ୍ତ କଣ୍ଟେନରରେ ରଖାଯାଇଥିଲା । ଯାହା ବାହାରକୁ ପଠାଯାଉଥିଲା । ଚଢାଉ କରିବା ପରେ ପାଖାପାଖି ୧,୦୦୦ ଲିଟର ମେଣ୍ଢା ଏବଂ ଛେଳି ରକ୍ତ ଜବତ କରାଯାଇଥିଲା ।

ଅଭିଯୋଗ ଅନୁଯାୟୀ, ଜୀବନ୍ତ ମେଣ୍ଢା ଏବଂ ଛେଳିଙ୍କ ରକ୍ତକୁ ଏକାଠି କରି ହରିୟାଣା ସ୍ଥିତ ଏକ ଫର୍ମକୁ ପଠାଯାଏ । ଜୀବନ୍ତ ପଶୁଙ୍କ ଠାରୁ ରକ୍ତ ନିଆଯାଇ ପଠାଯାଏ । ଏହାକୁ ଅବୈଧ କ୍ଲିନିକାଲ ଟ୍ରାଏଲ ପାଇଁ ପଠାଯାଏ ବୋଲି ଆଶଙ୍କା କରାଯାଉଛି । ଯାହାକୁ ଅନଧିକୃତ ଚିକିତ୍ସା ଅନୁସନ୍ଧାନରେ ଏକ ଶସ୍ତା ବିକଳ୍ପ ଭାବେ ବ୍ୟବହାର କରାଯାଏ । ଯାହା ପଶୁ କଲ୍ୟାଣ ଆଇନ ଅନୁଯାୟୀ ଏକ ଗମ୍ଭୀର ଅପରାଧ ଏବଂ କ୍ରୁରତା ।

ତେବେ ଘଟଣା ପରେ ଏହି ଫର୍ମର ମାଲିକ ଫେରାର ହୋଇଯାଇଛନ୍ତି । ପୋଲିସ ତାଙ୍କ ବିରୋଧରେ ପଶୁ କ୍ରୁରତା, ଅବୈଧ ବ୍ୟାପାର ଏବଂ ବାୟୋ ମେଡିକାଲ ନିୟମ ଉଲ୍ଲଙ୍ଘନର ବିଭିନ୍ନ ଧାରା ଅଧିନରେ ମାମଲା ଦାୟର କରିଛି । ଜବତ ହୋଇଥିବା ରକ୍ତ ନମୁନାକୁ ଫରେନ୍ସିକ ଯାଂଚ ପାଇଁ ପଠାଇଛି ।

Leave A Reply

Your email address will not be published.