ମଣ୍ଡି ଖୋଲିବା ବିଲମ୍ବରୁ ଚାଷୀ ହତାଶ, ଦଲାଲ ମାଲେ ମାଲ

add-all

ନୟାଗଡ଼,୧୧/୦୧(ନିସର୍ତ୍ତ) : ମଣ୍ଡି ଖୋଲୁ ନଥିବାରୁ ଚାଷୀ ହତାଶ ଓ ନିରାଶ ହୋଇ ଶାଗ ମାଛ ଦରରେ ଧାନ ବିକ୍ରି କରୁଛି । ଫଳରେ କମ୍ ଦାମରେ ଧାନ କିଣି ଦଲାଲମାନେ ମାଲେମାଲ ହେବାର ଆଶଙ୍କା କରା ଯାଉଛି। ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅଞ୍ଚଳର ଚାଷୀ ମାନେ ବିହନ ବୁଣିବା ଠାରୁ ଆରମ୍ଭ କରି ଫସଲ ଅମଳ ପର୍ଯ୍ୟନ୍ତ ପ୍ରାକୃତିକ ବିପର୍ଯ୍ୟୟ ସହିତ ଜଙ୍ଗଲି ଜନ୍ତୁ ମାନଙ୍କ ଉତ୍ପାତର ଭୟ ଲାଗି ରହିଥିଲା ବେଳେ । ଫସଲ ଅମଳ ପରେ ମଧ୍ୟ ଜଙ୍ଗଲି ଜନ୍ତୁଙ୍କ ଭୟରେ ମଣ୍ଡି ଖୋଲିବାରେ ଅହେତୁକ ବିଳମ୍ବ ହେବାରୁ ଚାଷୀ ମାନେ ନିରାଶ ହୋଇ ଶାଗ ମାଛ ଦରରେ ଦଲାଲ ମାନଙ୍କୁ ଧାନ ବିକ୍ରି କରୁଥିବାର ଦେଖିବାକୁ ମିଳିଛି। ମଣ୍ଡିରେ ଧାନ କୁଇଣ୍ଟାଲ ପ୍ରତି ୩୧୦୦ଟଙ୍କା ଥିବା ବେଳେ ଦଲାଲ ମାନେ କୁଇଣ୍ଟାଲ ପ୍ରତି ୧୬୫୦ ଦେଇ ଗାଁ କୁ ଗାଁ ବୁଲି ଧାନ କିଣୁ ଥିବାର ଦେଖିବାକୁ ମିଳିଛି। ତୁରନ୍ତ ମଣ୍ଡି ଖୋଲି ଧାନ ଚାଷୀ ମାନଙ୍କୁ ଠାରୁ କିଣିବା ପାଇଁ ଚାଷୀମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି।

ad-week
Leave A Reply

Your email address will not be published.