ଇରାନ ଉପରେ ନିଆଯାଇପାରେ କଠୋର ସାମରିକ କାର୍ଯ୍ୟାନୁଷ୍ଠାନ, ଚେତାବନୀ ଦେଲେ ଟ୍ରମ୍ପ

newyr25

ନୂଆଦିଲ୍ଲୀ: ଇରାନକୁ ଟ୍ରମ୍ପଙ୍କ ଚେତାବନୀ ।  ନିଆଯାଇପାରେ କଠୋର ସାମରିକ କାର୍ଯ୍ୟାନୁଷ୍ଠାନ ।  ଇରାନ ଉପରେ ଗର୍ଜିଲେ ଟ୍ରମ୍ପ ।  ଇରାନରେ ଜାରି ରହିଥିବା ହିଂସା ଏବଂ ପ୍ରତିବାଦକାରୀଙ୍କ ମୃତ୍ୟୁକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

ଆମେରିକା ଏହାକୁ ଅତି ଗମ୍ଭୀରତାର ସହ ଦେଖୁଛି ବୋଲି ସେ ଇରାନ ସରକାରଙ୍କୁ ଚେତାବନୀ ଶୁଣାଇଛନ୍ତି ।  ଟ୍ରମ୍ପ କହିଛନ୍ତି, ଇରାନରେ ଅନେକ ନିରୀହ ଲୋକଙ୍କୁ ହତ୍ୟା କରାଯାଉଛି ।  ଯାହା ଆଦୌ ହେବା କଥା ନୁହେଁ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ମୁଁ ଜାଣିନି ସେମାନଙ୍କୁ ନେତା କହିବା ଠିକ୍ ହେବ କି ନାହିଁ ।  ସେମାନେ କେବଳ ହିଂସା ମାଧ୍ୟମରେ ଶାସନ କରୁଛନ୍ତି ।

ଆମେରିକା ସେନା ବର୍ତ୍ତମାନ ସ୍ଥିତି ଉପରେ ନଜର ରଖିଛି ।  ଇରାନ ବିରୁଦ୍ଧରେ କିଛି ଅତି କଠୋର ପଦକ୍ଷେପ ବା ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମେରିକା ପ୍ରସ୍ତୁତ ହେଉଛି ।  ଖୁବ୍ ଶୀଘ୍ର ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।  ୧୬ ଦିନରେ ପହଞ୍ଚିଛି ଇରାନ ଆନ୍ଦୋଳନ ।  ସରକାର ବିରୋଧୀ ଆନ୍ଦୋଳନ ଏବେ ଗୃହଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି କରିଛି ।  ସଂଘର୍ଷରେ ମୃତ୍ୟୁ ସଂଖ୍ୟା ୫୦୦ ଅତିକ୍ରମ କରିଲାଣି ।

Leave A Reply

Your email address will not be published.