କୁଖ୍ୟାତ ଛିନତାଇ ଚୋର ଶଙ୍କରକୁ ଗିରଫ କଲା କମିଶନରେଟ ପୁଲିସ

newyr25

ଭୁବନେଶ୍ୱର: କମିଶନରେଟ ପୁଲିସ ହାତରେ ଧରା ପଡିଲା କୁଖ୍ୟାତ ଛିନତାଇ ଚୋର ଶଙ୍କର ରେଡ୍ଡୀ । ଶଙ୍କରକୁ ଗିରଫ କଲା ନୟାପଲ୍ଲୀ ଥାନା ପୁଲିସ ।
ଭୁବନେଶ୍ୱର ସହରର କୁଖ୍ୟାତ ଛିନତାଇ ଚୋରା ଶଙ୍କର ରେଡ୍ଡୀ ଗିରଫ । ଶଙ୍କର ସହ ତା’ର ସହଯୋଗୀ କୁନାଲ ମଧ୍ୟ ଗିରଫ ହୋଇଛି । ଉଭୟଙ୍କୁ ନୟାପଲ୍ଲୀ ଥାନା ପୁଲିସ ଗିରଫ କରିଛି । ଘଟଣା ଅନୁସାରେ ରାଜଧାନୀରେ ଆୟୋଜିତ ପୁଷ୍ପ ପ୍ରଦର୍ଶନୀରେ ଜଣେ ମହିଳାଙ୍କ ଫୋନ ଚୋରି କରିଥିଲା ଶଙ୍କର । ଫୋନ ଚୋରି ନେଇ ମହିଳା ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ । ପରେ ଏତଲାକୁ ଆଧାର କରି ନୟାପଲ୍ଲୀ ଥାନା ପୁଲିସ ଉଭୟଙ୍କୁ ଗିରଫ କରିଛି ।

Leave A Reply

Your email address will not be published.