ସ୍କୁଟିକୁ ଧକ୍କା ଦେଲା ବସ, ଚାଲିଗଲା ଦୁଇ ସହକର୍ମୀଙ୍କ ଜୀବନ

newyr25

ବ୍ରହ୍ମପୁର : ବ୍ରହ୍ମପୁର-ଦିଗପହଣ୍ଡି ରାସ୍ତାରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇ ସହକର୍ମୀଙ୍କ ଜୀବନ । ସ୍କୁଟିରେ ବ୍ରହ୍ମପୁର ଆଡକୁ ଆସୁଥିବା ବେଳେ ଏକ ଯାତ୍ରୀବାହୀ ବସ ସମ୍ମୁଖରୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ଦୁଇ ସହକର୍ମୀଙ୍କ ମୃତ୍ୟୁ ହୋଇଛି ।
ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଜବତ କରିବା ସହ ବସକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଉଭୟ ଗୋଟିଏ କମ୍ପାନୀରେ କାମ କରନ୍ତି । ମୃତକ ପୁରୁଷ ଜଣକ ହେଲେ ସୋନପୁର ଜିଲାର ବିନୟ କୁମାର ବିଶି(୫୪) ଓ ଯୁବତୀ ଜଣକ ହେଲେ ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଆଠଗଡ଼ ପାଟଣାର ତେଜସ୍ଵିନୀ ରାୟ । ଏହି ଦୁଇ ସହକର୍ମୀ ଦିଗପହଣ୍ଡିରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ବ୍ରହ୍ମପୁରରୁ ଦିଗପହଣ୍ଡି ଆଡ଼କୁ ଯାଉଥିବା ହରେକୃଷ୍ଣ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ସେମାନଙ୍କୁ ମୁହାମୁଁହି ଧକ୍କା ଦେଇଥିଲା । ବସର ଚାଳକ ଅନ୍ୟ ଏକ ଗାଡ଼ିକୁ ଓଭରଟେକ୍ କରିବା ସମୟରେ ଭୁଲ ପାଖକୁ ଯାଇ ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ଦୁଇ ସହକର୍ମୀ ସ୍କୁଟିରୁ ଛିଟିକି ରାସ୍ତାରେ ପଡ଼ିଥିଲେ । ଦୁର୍ଘଟଣା ପରେ ଚାଳକ ବସକୁ ଘଟଣା ସ୍ଥଳରେ ଛାଡ଼ି ଫେରାର ହୋଇଯାଇଛନ୍ତି । ଦୁର୍ଘଟଣାକୁ ନେଇ ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତେଜନା ପ୍ରକାଶ ପାଇଥିଲା । ଉଭୟଙ୍କ ମୃତଦେହ ଏମକେସିଜି ମେଡିକାଲରେ ସଂରକ୍ଷିତ କରି ରଖା ଯାଇଛି । ଆସନ୍ତାକାଲି ବ୍ୟବଚ୍ଛେଦ କରାଯିବ ।

Leave A Reply

Your email address will not be published.