ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଗୁଡ଼ି ଉଡ଼ାଇଲେ ଜର୍ମାନ ଚାନ୍ସେଲର

newyr25

ନୂଆଦିଲ୍ଲୀ: ଗୁଡ଼ି ଉଡ଼ାଇଲେ ଦୁଇ ଦେଶର ନେତା । ମୋଦୀଙ୍କ ସହ ଗୁଡ଼ି ଉଡ଼ାଇଲେ ଜର୍ମାନ ଚାନ୍ସେଲର । ସାବରମତୀ କୂଳରେ ମୋଦୀ ଓ ଜର୍ମାନ ଚାନ୍ସେଲର ଗୁଡ଼ି ଉଡ଼ାଇ ମଜା ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜର୍ମାନ ଚାନ୍ସେଲର ଫ୍ରିଡ୍ରିକ୍ ମର୍ଜ ଆଜି ଅହମ୍ମଦାବାଦର ସାବରମତୀ ରିଭରଫ୍ରଣ୍ଟକୁ ଯାଇଛନ୍ତି । ଆନ୍ତର୍ଜାତୀୟ ଗୁଡ଼ି ଉତ୍ସବ-୨୦୨୬ ରେ ସାମିଲ ହୋଇ ଦୁଇ ନେତା ଭାରତୀୟ ପରମ୍ପରାର ମଜା ନେଇଛନ୍ତି । ଗୁଜରାଟ ଗସ୍ତରେ ଥିବା ଜର୍ମାନ ଚାନ୍ସେଲରଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ସାବରମତୀ ନଦୀ କୂଳରେ ଭବ୍ୟ ସ୍ୱାଗତ କରିଥିଲେ । ଦୁଇ ନେତା ରଙ୍ଗବେରଙ୍ଗର ଗୁଡ଼ି ଉଡ଼ାଣର ମଜା ନେବା ସହ ସ୍ଥାନୀୟ କଳାକାରଙ୍କ ସହ ସମୟ ବିତାଇଥିଲେ । ଏହି ଅବସରରେ ଭାରତ ଏବଂ ଜର୍ମାନୀ ମଧ୍ୟରେ ଥିବା ବନ୍ଧୁତା ଆହୁରି ମଜବୁତ ହେବାର ସଙ୍କେତ ମିଳିଛି ।

Leave A Reply

Your email address will not be published.