
ନୂଆଦିଲ୍ଲୀ : ଆମ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ରାଘବ ଚଢା ଏବେ ଚର୍ଚ୍ଚାରେ । ଦିନକ ପାଇଁ ବ୍ଲିଙ୍କିଟ୍ ଡେଲିଭରୀ ବୟ ହୋଇଛନ୍ତି ରାଘବ । ସୋସିଆଲ ମିଡିଆ ପ୍ଲାଟଫର୍ମ X ଭିଡିଓ ସେୟାର କରାଯାଇଥିବା ଏକ ଟିଜର ଭିଡିଓ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ।
ରାଘବ ଚଢା ତାଙ୍କ X ଆକାଉଣ୍ଟରେ ଏକ ଛୋଟ କିନ୍ତୁ ଆକର୍ଷଣୀୟ ଟିଜର ଭିଡିଓ ପୋଷ୍ଟ କରିଥିଲେ । ଯାହା ବେଶ୍ ଭାଇରଲ ହେବାରେ ଲାଗିଛି । ଭିଡିଓରେ ରାଘବ ବ୍ଲିଙ୍କିଟ୍-ବ୍ରାଣ୍ଡେଡ୍ ଟି-ସାର୍ଟ ଓ ଜ୍ୟାକେଟ୍ ପିନ୍ଧି ଜଣେ ପ୍ରକୃତ ଡେଲିଭରି ବୟଙ୍କ ଠାରୁ ଏକ ବ୍ୟାଗ ନେଇ ତାଙ୍କ ସ୍କୁଟରରେ ଯାଉଛନ୍ତି । ଆଉ ଏକ ଦୋକାନ ପାଖରେ ପହଂଚି ଫୁଡ୍ ସାମଗ୍ରୀ ପ୍ୟାକ୍ କରିଛନ୍ତି । ଏହାପରେ ସେମାନେ ଡେଲିଭରି ହେବାକୁ ଥିବା ଜଣେ ଗ୍ରାହକଙ୍କ ଘରକୁ ଯାଆନ୍ତି । ଯାହାର ଭିଡିଓ ଦେଖିବାକୁ ମିଳିଛି ।
ଭିଡିଓର କ୍ୟାପସନରେ ଚଢା ଲେଖିଛନ୍ତି: “ବୋର୍ଡରୁମ୍ ରୁମ୍ ଦୂରେ ଥାଉ, ତଳସ୍ତରରୁ । ମୁଁ ତାଙ୍କ ଦିନ ବଞ୍ଚିଥିଲି । ଷ୍ଟେ ଟ୍ୟୁନଡ୍ ।