
ନୂଆଦିଲ୍ଲୀ: ଗାନ୍ଧୀନଗରର ମହାତ୍ମା ମନ୍ଦିର କନଭେନସନ ସେଣ୍ଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଆଲୋଚନା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଭାରତ ଏବଂ ଜର୍ମାନୀ ଘନିଷ୍ଠ ସହଯୋଗୀ। ସେଥିପାଇଁ ଆଜି ଭାରତରେ ୨,୦୦୦ ରୁ ଅଧିକ ଜର୍ମାନ କମ୍ପାନୀ ଅଛନ୍ତି। ଏହା ଭାରତ ପ୍ରତି ଜର୍ମାନୀର ଅଟଳ ବିଶ୍ୱାସକୁ ପ୍ରତିଫଳିତ କରୁଛି । ଭାରତ ଏବଂ ଜର୍ମାନୀ ନୂତନ ପ୍ରକଳ୍ପଗୁଡ଼ିକୁ ଆଗକୁ ବଢ଼ାଉଛନ୍ତି। ଏହାସହିତ ଉଭୟ ପ୍ରତ୍ୟେକ କ୍ଷେତ୍ରରେ ଏକାଠି କାମ କରୁଛନ୍ତି। ଆଜି ସ୍ୱାକ୍ଷରିତ ଏମଓୟୁ ଏହାକୁ ଆହୁରି ମଜବୁତ କରିବ।